
ମାଲକାନଗିରି-ପେନସିଲ୍ ମୁନରେ ନେତାଠୁ ଆରମ୍ଭ କରି ଅଭିନେତାଙ୍କ ଅବିକଳ ଚିତ୍ର, ବିଷ୍ଣୁଙ୍କ ଫ୍ରେମରେ କଥା କହୁଛି ଏହି ଜୀବନ୍ତ କଳା ପେନସିଲ ମୁନରେ ନେତା ଠୁ ଆରମ୍ଭ କରି ଅଭିନେତା , ବିଦେଶୀଙ୍କଠୁ ଆରମ୍ଭ କରି କ୍ରିଡାବିତ୍ । କାଗଜର ଫର୍ଦ ଓଲଟେଇଲେ ଭଳି କି ଭଳି ଚିତ୍ର । ବିନା ଗୁରୁରେ ଓସ୍ତାଦ ଏ ଚିତ୍ରକର । ଏହେଉଛି ମାଲକାନଗିରି ଜିଲ୍ଲା ଏମଭି ୨ 0 ଗ୍ରା ମର ବିଷ୍ଣୁ ବଇରାଗୀଙ୍କ କଥା । ନିଜ ପୁଅଙ୍କର ଏଭଳି କଳାକୁ ଦେଖି ବେଶ ଖୁସି ବାପ ମା l ହାତରେ ପେନସିଲ । ପଡୁନି ଆଖିର ପଲକ ଘର ପିଣ୍ଡlରେ ବସି ଆଙ୍କି ଚାଲିଛନ୍ତି ଚିତ୍ର । ଧଳା କାଗଜରେ ପେନସିଲ ର ଛୁଆଁ ଜିବନ୍ତ କରିଚାଲିଛି ପ୍ରତିଟି ଚିତ୍ର କୁ । ଆଉ ଏସବୁର ନିଖୁଣତା ବିଷ୍ଣୁଙ୍କ ପ୍ରତିଭାର ପ୍ରମାଣ ଦେଉଛି । ତାଙ୍କ ଫ୍ରେମ ରେ ରହିଛି ନିଜ ପରିବାରର ବାପ ମା, ନିଜ ସାଙ୍ଗ ସାଥୀ, ସେଲିବ୍ରିଟି, ଠାକୁର କୃଷ୍ଣ ଙ୍କ ଅବିକଳ ଚିତ୍ର । ବଲିଉଡ ଠାରୁ ଆରମ୍ଭ କରି ସାଉଥ ଷ୍ଟାର ବାହୁବଳୀ ପ୍ରଭାସ ଙ୍କ ଅବିକଳ ଚିତ୍ର ଆଙ୍କୁଛନ୍ତି ବିଷ୍ଣୁ l ମାଲକାନଗିରି ଜିଲ୍ଲାର ପଛୁଆ.ଅଞ୍ଚଳ ରେ ରହିଛନ୍ତି ବହୁ ପ୍ରତି ଭାବାନ ଛାତ୍ରଛାତ୍ରୀ l ପୂର୍ବରୁ ଏହି ଜିଲ୍ଲାରୁ ଜାତୀୟ ଏବଂ ଆନ୍ତଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ରେ ବହୁ ଖେଳାଳି ନାମ କରିସାରିଛନ୍ତି l ସେହି ପଛୁଆ ଅଂଚଳର ଆଗୁଆ ଚିତ୍ରଶିଳ୍ପୀ ହେଉଛନ୍ତି ମାଲକାନଗିରି ବ୍ଲକ ଗୋରାଖୁଣ୍ଟା ପଞ୍ଚାୟତ. ଏମଭି ୨ 0 ଗ୍ରା ମର ସୁଗଲାଲ ବଇରାଗୀ ଙ୍କ ପୁଅ ବିଷ୍ଣୁ ବଇରାଗୀ (ବୟସ ୨ ୨ ) l ପିଲାଟି ବେଳରୁ ଚିତ୍ର ପ୍ରତି ଆଗ୍ରହ ଥିଲା ଉଚ୍ଚ ଶିକ୍ଷା ପରେ ଚିତ୍ର କଳାକୁ ନେଇ ଶିକ୍ଷା ଗ୍ରହଣ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାଗ୍ୟ ସାଥ ଦେଇନଥିଲା l ତେବେ ଜିଲ୍ଲାରେ ଚିତ୍ର କଳା ଶିକ୍ଷା ନେଇ କୌଣସି ସ୍କୁଲ କିମ୍ୱା କଲେଜ ନଥିବାରୁ ବହୁ ଛାତ୍ର ଛତ୍ରୀ ଏହି ଚିତ୍ର କଳାରୁ ବଞ୍ଚିତ ହେଉଥିବl ସ୍ଥାନୀୟ ଲୋକ କହିଛନ୍ତି l ବଲିଉଡ ଓଲିଉଡ ହଲିଉଡ ର ଅନେକ ଷ୍ଟାର ଆଉ କ୍ରିକେଟ ମୈଦାନ ରେ ଚହଳ ସ୍ରୂଷ୍ଟି କରିଥିବା ସଚିନ ଆଉ ମାହି ଙ୍କ ପୁରାପୁରି ନକଲ ଯାହାକୁ ନିଜ ପେନସିଲ ମୁନରେ ଜୀବନ୍ତ କରିଛନ୍ତି ଏଇ ଯୁବକ । ଏମିତିକି ତାଙ୍କ ଆଗରେ ବସଥିବା ତାଙ୍କ ବନ୍ଧୁଙ୍କ ଚିତ୍ର ଆଖି ପିଛୁଳାକେ ଆଙ୍କିଦେଲେ ଏଇ ଯୁବକ । ବିନା ଗୁରୁରେ ଏଭଳି ଚିତ୍ର କଳା ତାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରମାଣ ଦଉଛି । ହେଲେ ଆଗକୁ ବଢ଼ିବାକୁ ସୁଯୋଗ ମିଳୁନଥିବା କହିଛନ୍ତି ବିଷ୍ଣୁ । ଗରୀବି ଆଗରେ ହାର୍ ମାନିଲା ଇଚ୍ଛା ଶକ୍ତି ପିଲାଟି ବେଳ ରୁ ଅଭାବ ଦେଖି ଆସୁଥିବା ପିଲା ଅଭାବୀ ଘରୁ ଦେଖିଥିଲା ଚିତ୍ର କଳା ର ଇଚ୍ଛା। ଇଚ୍ଛା ପୂରଣ କରିବା ପାଇଁ ପାଖରେ ଅର୍ଥ ବଳ ନଥିଲା କିନ୍ତୁ ଥିଲା ଅଦମ୍ୟ ଦୃଢତା। ଶେଷରେ ଆଜି କାଠି କରୁ କାଠିକର ଅଭାବୀ ପରିସ୍ଛିତି ରେ ଥାଇ ମଧ୍ୟ ଚିତ୍ର କଳା ରେ ସେ ପଲାଟିଛି ସିଦ୍ଧ ହସ୍ତ। ସରକାରୀ ପ୍ରୋସାହନ ତ ଦୂରର ର କଥା।ବାହାବା ବି ମିଳି ପାରି ନାହିଁ। ପ୍ରତିଦିନ ନିଜର ଅଭାବୀ ଅବସ୍ତା ଦୂର କରିବା ପାଇଁ ବାପା ଙ୍କ ସହ କୋଡି କୋଦାଳ ଧରି ସେ ଯାଇଥାନ୍ତି ସେ ବିଲକୁ। ଚାଷ କରି ନିଜ ପରିବାର ର ବୋଝ ସହ ନିଜର ଇଚ୍ଛା। ପାରିପାର୍ଶ୍ବିକ ପରିସ୍ତିତି ବହୁତ୍ ଖରାପ ଥିଲେ ମଧ୍ୟ ଦୃଢ଼ ଇଚ୍ଛା ରେ ସେ ଏବେ ଏକ ଚିତ୍ରକର l ଦୁର୍ଭାଗ୍ୟ ବଶତ ନିଜ କଳାକୁ ପେଶା କରିପାରିନାହାନ୍ତି । ବିନା ଗୁରୁରେ ଚିତ୍ର କରିବାରେ ଓସ୍ତାଦ । ପିଲାଦିନୁ ଚିତ୍ର କରି ଆସୁଥିଲେ ମଧ୍ୟ ଆଜବି ସୁଯୋଗ ଅପେକ୍ଷା ରେ ଏହି ଆଦିବାସୀ ବହୁଳ ଅଞ୍ଚଳର ଯୁବକ । ଏବେ ଅପେକ୍ଷା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ କିଛି ସହଯୋଗ ଓ ପ୍ରୋତ୍ସାହନକୁ । ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ପୂର୍ବରୁ ତାଂକର ଅନ୍ତନିହିତ ଗୁଣକୁ ଲୋକଲୋଚନକୁ ଆଣିବାକୁ ସାଧାରଣରେ ଦାବି ହୋଇଛି ଳ