
ପାଣଜୀ– କର୍ଣାଟକରେ ଏକ ସଡକ ଦୁର୍ଘଟଣାରେ ଗୁରତର ହୋଇ ଗୋଆର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଶ୍ରୀ ଓରାମ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସେ ଓ ରାଜ୍ୟସଭା ସାଂସଦ ଡି.ପି ବତ୍ସ ହସପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ବର୍ତମାନ ସେ ଭଲ ଥିବା ଶ୍ରୀ ଓରାମ ପ୍ରକାଶ କରିଛନ୍ତି ।