ଜଟଣୀ – ଚଳିତ ଅକ୍ଟୋବର ୧୪ ତାରିଖ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ୨୧ ତମ ଜଟଣୀ ପୁସ୍ତକମେଳା । ବିଗତ ୧୦ ବର୍ଷରୁ ଉଦ୍ଧ୍ୱର୍ ଏହି ପୁସ୍ତକମେଳା ଏପ୍ରିଲ୍ ମାସରେ ଆୟୋଜନ ହୋଇ ଆସୁଥିବା ବେଳେ ମହାବାତ୍ୟା ଫନି ଯୋଗୁଁ ଏହାକୁ ଘୁଂଚାଇ ଅକ୍ଟୋବର ମାସରେ କରାଯିବା ପାଇଁ ଗତକାଲି ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅବସରରେ ଆଲୋଚନା ହୋଇଥିଲା । ଅକ୍ଟୋବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଏହି ପୁସ୍ତକମେଳାର ଆୟୋଜନ ହେବ । ସ୍ଥାନୀୟ ଟାଉନ୍ ହଲ୍ ସ୍ରଷ୍ଟା ଠାରେ ୧୪ ତାରିଖ ସଂନ୍ଧ୍ୟାରେ ଏହା ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ କଟକ, ପୁରୀ, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ପ୍ରଭୃତିର ୨୫ ରୁ ଉଦ୍ଧ୍ୱର୍ ପ୍ରକାଶନ ସଂସ୍ଥା ପୁସ୍ତକମେଳାରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରୋଷେଇ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶେଷରେ ଅତିଥିଙ୍କ ଦ୍ୱାରା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ପୁରସ୍କୃତ କରାଯିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୪ ଜଣ ବ୍ୟକ୍ତି ବିଶେଷଙ୍କୁ ପୁସ୍ତକମେଳା ସମ୍ମାନରେ ସମ୍ମାନୀତ କରାଯିବ । ୭ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାହିତ୍ୟ ଆଲୋଚନାଚକ୍ରର ବ୍ୟବସ୍ଥା ରହିଛି ।
ଆଜିର ଏହି ବୈଠକରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କୁମର ମୋହନ ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ସଦସ୍ୟ ତଥା ଶିକ୍ଷାବିତ୍ ଜବାହାରଲାଲ୍ ସୁବୁଦ୍ଧି, କ୍ଷିରୋଦ୍ କୁମାର ନନ୍ଦ, ଡଃ ଶଶି ରଥ, ଅର୍ନ୍ତଯ୍ୟାମୀ ପ୍ରଧାନ, କିଶୋର ଚନ୍ଦ୍ର ପାଇକରାୟ, ଭବାନୀ ମହାନ୍ତି ଓ ସୁଶାନ୍ତ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।