
ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆଜି ଠାରୁ ଆରମ୍ଭ ହେଉଛି । ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ଶୋଭାଯାତ୍ରାରେ ନିଜେ ସାମିଲ ହୋଇଥିଲେ । ଏଥିସହ ସଡକ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ଶ୍ରୀ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଶ୍ରୀ ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସପେକ୍ଟର ଶ୍ରୀ ସୁଶାନ୍ତ ପାତ୍ର,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।