ନୂଆଦିଲ୍ଲୀ,ଦେଶର ରାଜଧାନୀ ଦିଲ୍ଲୀରେ ଗତବର୍ଷ ମାର୍ଚ୍ଚ ମାସଠାରୁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ଆଜି ପୁଣି ଖୋଲାଯାଇଛି । ଏହା ବ୍ୟତୀତ ରାଜସ୍ଥାନରେ ମଧ୍ୟ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯିବେ । ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ଦିଲ୍ଲୀ ସ୍କୁଲ ଗୁଡିକ ଏହା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଛି । ରାଜ୍ୟର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ରବିବାର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଏହା ପରେ ସେ ଟୁଇଟ କରି ସ୍କୁଲ ଖୋଲିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଏଥି ସହିତ ପୁଣି ଥରେ ସ୍କୁଲ ଖୋଲୁଥିବାରୁ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।