
ଭୁବନେଶ୍ୱର– ଶ୍ରମିକ ନେତା ଲଳିତ ନାୟକଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ବିୟୋଗର ଖବର ପାଇ ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ମର୍ମାହତ । ଆଜୀବନ ଅବିବାହିତ ଭାବେ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଗରିବ, ନିସଃହାୟଙ୍କ ପାଇଁ ସେ ସବୁବେଳେ ଲଢ଼ୁଥିଲେ । ଅସହାୟ ଏବଂ ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ ।