ସୋମବାର ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ ୧୯ ତାରିଖରେ ୧୯୨ଟି, ୨୦ ତାରିଖରେ ୯୨ଟି, ୨୧ ତାରିଖରେ ୪୩୬ଟି, ୨୨ ତାରିଖରେ ୧୪୧, ୨୩ ତାରିଖରେ ୧୭୮ଟି ଓ ୨୫ ତାରଖରେ ୨୭୯ଟି ସେସନ ହେବ ।
ସେ କହିଛନ୍ତି ଯେ ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି, ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ ନେବେ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇ ଦିନ ପୂର୍ବରୁ ଏସଏମଏସ୍ ଜରିଆରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତିା
ସୂଚନାଯୋଗ୍ୟ, ଶନିବାର ଦିନ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏଥିରେ ରାଜ୍ୟରେ ୧୩ ହଜାର ୮୯୦ଜଣ ଲୋକଙ୍କୁ ଟିକା ଦିଆ ଯାଇଥିଲା ।