
ଭୁବନେଶ୍ୱର– ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେ ପରଲୋକ ଗମନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଅନେକ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ଲଳିତଙ୍କ ପରଲୋକ ନେଇ ପରିବାର ସୂତ୍ରରୁ ସୂଚନା ଦିଆଯାଇଛି ।ଉଲ୍ଲେଖନୀୟ ଯେ ଲଳିତ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ସେ ଅନେକ ଶ୍ରମିକ ସଂଗଠନର ଦାୟିତ୍ୱରେ ଥିଲେ ।