ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଶ୍ରମିକ ପରିଚୟ ପତ୍ର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଜାଲ୍ ଶ୍ରମିକ ପରିଚୟ କାର୍ଡ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକାମୀ ର ଶିକାର ହୋଇଛନ୍ତି ନିରିହ ଜନସାଧାରଣ। ଛତ୍ରପୁର ବ୍ଲକର ବହୁ ପଞ୍ଚାୟତ ସମେତ ଖଲ୍ଲିକୋଟ ବ୍ଲକ, ଶେରଗଡ଼ ବ୍ଲକ୍ ଓ ପୁରୁଷୋତ୍ତମପୁର ବ୍ଲକର ବହୁ ପଞ୍ଚାୟତ ରେ ଜନସାଧାରଣଙ୍କୁ ଜାଲି ଶ୍ରମିକ ପରିଚୟ ପତ୍ର ମିଳିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଏହି ଠକାମୀ ରେ ଶିକାର ହୋଇଥିବା ଜନସାଧାରଣ ଦାବି କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି। ୩ ରୁ ୪ ମାସ ତଳେ ଏପେକ୍ସ ଓଡ଼ିଶା ନେଟ୍ କେଫ କହି କିଛି ଲୋକ ଆସି ଜିଲ୍ଲାର ବିଭିନ୍ନ ଜନସେବା କେନ୍ଦ୍ର ସମେତ ବିଭିନ୍ନ ନେଟ୍ ଜୋନ୍ କୁ ଆସି ମିଶିଥିଲେ। ଗ୍ରାମର ଯେଉଁ ବ୍ୟକ୍ତି ଙ୍କ ରାସନ୍ କାର୍ଡ ରହିଛି ପଞ୍ଚାୟତ ୱାରି ତାଲିକା ପ୍ରଦାନ କରି ନେଟ୍ ଜୋନ୍ ଜରିଆରେ ଆବଶ୍ୟକୀୟ କାଗଜ ଆଧାର ପରିଚୟ ପତ୍ର, ରାସନ୍ କାର୍ଡ ର ନକଲ, ଫୋଟ ଓ ବ୍ୟାଙ୍କ ଏକାଉଣ୍ଟ୍ ସଂଗ୍ରହ କରି ମୁଣ୍ଡ ପିଛା ୩୦୦ ରୁ ୪୦୦ ଟଙ୍କା
ଆଦାୟ କରିଛନ୍ତି। ଆବେଦନ କରିବାର ଏକ ମାସ ସମୟ ସୀମା ମଧ୍ୟରେ ପ୍ରଦାନ କରାଯିବ ବୋଲି ଲୋକଙ୍କୁ କହିଥିଲେ। ଯାହା ଦ୍ଵାରା ଅନେକ ନିରିହ ଜନସାଧାରଣ ଶୋଷଣ ର ଶିକାର ହୋଇଛନ୍ତି। ଏହି ଶ୍ରମିକ ପରିଚୟ ପତ୍ର ଧରି ଶେରଗଡ଼ ବ୍ଲକ୍ ର କିଛି ଲୋକ ସହାୟତା ପାଇଁ ଆବେଦନ କରିବା ପାଇଁ ଆସିଥିଲେ, ସେହି ଶ୍ରମିକ ପରିଚୟ ପତ୍ର ଜାଲ୍ ବୋଲି ଜଣାପଡ଼ିଲା। ରବିବାର ଦିନ ଶ୍ରମ ବିଭାଗ ପକ୍ଷରୁ ଏଲ୍ଓ ରବିନ୍ଦ୍ରନାଥ ତ୍ରିପାଠୀ ଓ ଅନ୍ୟ ଜଣେ ଅଧିକାରୀ ପୁରୁଷୋତ୍ତମପୁର ବ୍ଲକର ଝାଡବାଇ ଗ୍ରାମ ର ଜନସେବା କେନ୍ଦ୍ର ଓ ଛତ୍ରପୁର ବ୍ଲକ ର ବଡମାଧପୁର ମହାଲକ୍ଷ୍ମୀ କମୁନିକେସନ ଜନସେବା କେନ୍ଦ୍ର ଯାଇ ଯାଞ୍ଚ କରିଛନ୍ତି । ଜାଲିଆତି କରି ସିଲ୍ , ଦସ୍ତଖତ, ପରିଚୟ ପତ୍ର ନମ୍ବର, ପଞ୍ଜିକରଣ ତାରିଖ ୦୫/୦୧/୨୦୨୧ କରାଯାଇଥିବା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ଏହିପରି ଛତ୍ରପୁର ବ୍ଲକ ବଡମାଧପୁର ଏକ ଜନସେବା କେନ୍ଦ୍ର, ସୁନ୍ଦରପୁର ଜନ ସେବା କେନ୍ଦ୍ର ସମେତ ପୋଟଲାମପୁର , ଗଞ୍ଜାମ ବ୍ଲକ, ପୁରୁଷୋତ୍ତମପୁର ବ୍ଲକର ବହୁ ପଞ୍ଚାୟତ ରେ ଆବେଦନ କରି ଜାଲି ଶ୍ରମିକ ପ୍ରମାଣ ପତ୍ର ପାଇଥିବା ଜଣାପଡିଛି। ଶୋଷଣର ଶିକାର ହୋଇଥିବା ଜନସାଧାରଣ ଏହାର ତଦନ୍ତ କରି ମାଷ୍ଟର ମାଇଣ୍ଡ ଏହି ଜାଲିଆତି ରେ ସଂପୃକ୍ତି ଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଛତ୍ରପୁର ଏଏଲଓ ରବିନ୍ଦ୍ରନାଥ ତ୍ରିପାଠୀଙ୍କୁ ପଚାରିବାରୁ ସେ ମଧ୍ୟ ଜାଲି କାର୍ଡ ବୋଲି କହିଛନ୍ତି। କୈାଣସି ଜନସେବା କେନ୍ଦ୍ର କୁ ଏପରି ଅନୁମତି ଦିଆଯାଇନାହିଁ। ଉକ୍ତ ବିଷୟରେ ଜିଲ୍ଲାପାଳ ଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।