କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟସ୍ଥ ସନସାଇନ କ୍ଲବର ବାର୍ଷିକ ଉତ୍ସବ ଅବସରରେ ଛାତ୍ର ନେତା ତଥା ଫକୀରମୋହନ କଲେଜର ପ୍ରାକ୍ତନ ଛାତ୍ରନେତା ଶୁଭମ ସାଇ ମହାପାତ୍ରଙ୍କୁ ୟୁଥ ଆଇକନର ପୁରସ୍କାର ପ୍ରଦାନ କରାଯାଇଛି l ସମ୍ପ୍ରତି ଯୁବପିଢ଼ି ଜଗତୀକରଣ ଦ୍ୱାରା ପ୍ରଭାବିତ ହୋଇ ସେବା ଓ ସମର୍ପଣକୁ ଭୁଲି ଯାଉଥିବା ବେଳେ ଶୁଭମ ସାଇ ସୃଷ୍ଟି କରିଛନ୍ତି ଏକ ବ୍ୟତିକ୍ରମ l ସାମ୍ପ୍ରତିକ ମହାମାରୀ ପରିସ୍ଥିତି ଏବଂ ରାଜ୍ୟର ରକ୍ତଭଣ୍ଡାରରେ ଦେଖା ଯାଇଥିବା ରକ୍ତର ଅଭାବ ସମୟରେ ଶୁଭମ ସାଇଙ୍କ ନେତୃତ୍ୱରେ ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ୩୫୦ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଥିଲା l ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଶୁଭମ ସାଇଙ୍କ ସଂଗଠନ ସ୍ମାଇଲ ସୋସାଇଟି ମଧ୍ୟ ସମାଜସେବା ନିମନ୍ତେ ଆଗେଇ ଆସିଥିଲା l ତାଙ୍କର ସଂଗଠନ ଦୀର୍ଘ ଚାରି ମାସ ଧରି ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ସହିତ ରାସନ ମଧ୍ୟ ଯୋଗାଇ ଥିଲା। ଏହାଛଡା ଶୀତରେ ପ୍ରଭାବିତ ରିକ୍ସା ଚାଳକଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରା ଯାଇଥିଲା l
ଏହି ୟୁଥ୍ ଆଇକନ୍ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ସମ୍ମାନୀତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଅବସରପ୍ରାପ୍ତ ସିଡିଏମଓ ଅନୁପ କୁମାର ଘୋଷ, ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କ ମୁଖ୍ୟ ଡା. ବସନ୍ତ କୁମାର ଉପାଧ୍ୟାୟ, କାର୍ଯ୍ୟକ୍ରମର ଆବାହକ କୈଳାଶ ଚନ୍ଦ୍ର ବେହେରା, ଇଂ ନନ୍ଦ ଦୁଲାଲ ଘଡ଼ାଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।