ରାଜଗାଙ୍ଗପୁର -ଆଇଏଲ & ଏଫଏସ ସହଭାଗିତାରେ ଏକ ଦିନିକିଆ କୌଶଳ ପ୍ରଶିକ୍ଷଣ ଜାଗୁରୁକ୍ତ ଶିବିର ଡାଲମିଆ ସିମେଣ୍ଟ ଦ୍ୱାରା ସ୍ଥାନୀୟ ଡାଲମିଆ ସିମେଣ୍ଟ ଅଡିଟୋରିଅମରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ, କମ୍ପାନୀର ଲାଞ୍ଜିବେର୍ଣ୍ଣl ଚୁନା ପଥର ଖଣି ଆଖ ପାଖ ବସ ବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଆୟୋଜିତ କରାଯାଇଥିଲା l ଏହି ଶିବିର ର ଏକ ମାତ୍ର ଉଦେଶ୍ୟ ଥିଲା ସ୍ଥାନୀୟ ସମୁଦାୟର ବେକାରୀ ଯୁବକଙ୍କୁ ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ଅନ୍ତର୍ଗତ ବିଭିନ କୌଶଳ ପ୍ରଶିକ୍ଷଣ ବିଷୟରେ ଅବଗତ କରାଇବା l
ଏହି ଆୟୋଜନରେ ଭାଗ ନେଇ ଡାଲମିଆ ସିମେଣ୍ଟ ଲୋକ ସମ୍ପର୍କ ବିଭାଗର ଏଇଡ଼ି ବିଶାଳ ଶର୍ମା, କହିଲେ କୌଶଳ ବିକାଶ ମିଶନ ଅନ୍ତର୍ଗତ ଯୁବକଙ୍କ ପାଇଁ ଯଥେଷ୍ଠ ସୁଯୋଗ ଅଛି l ଯେତେବେଳେ ସେମାନେ କୌଶଳ ପ୍ରଶିକ୍ଷଣ ଏବଂ ପରୀକ୍ଷା ପାସ କରିସାରନ୍ତି, ତାଙ୍କୁ ନା କେବଳ ପାସ ହେବାର ପ୍ରମାଣ ପତ୍ର ମିଳେ ତାସହିତ ନିଯୁକ୍ତି ସୁଯୋଗ, କିଛି ପୁରସ୍କାର ରାଶି ଏବଂ ୨ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ୍ୟ ମିଳେ l ଉଦୟାତ୍ମ ଯୁବକ/ଯୁବତୀ ଯିଏ ନିଜର କିଛି ଉଦ୍ୟମ ଆରମ୍ଭ କରିବାକୁ ଚାହାନ୍ତି ତାଙ୍କୁ ମଧ୍ୟ୍ୟ କୌଶଳ ପ୍ରମାଣ ପତ୍ର, ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ସହାୟତା ମିଳିପାରିବ l କୁଶଳୀ ହେବା କାରଣରୁ ଯୁବକଙ୍କୁ ନୂଆ କ୍ଷେତ୍ରରେ ସଫଳତା ହାସିଲ କରିବାରେ ସହାୟତା ମିଳିବ l ସେଥିପାଇଁ ବେକାରୀ ଯୁବକଙ୍କୁ ଏହି ସୁଯୋଗକୁ ହାସିଲ କରିବା ପାଇଁ ଆଗକୁ ଆସିବାକୁ ହେବ ଏବଂ ନିଜ ସମୁଦାୟଙ୍କ ପାଇଁ ଏକ ଆଦର୍ଶ ହେବାକୁ ହେବ l
ଏହି ଶିବିରରେ ମୋଟାମୋଟି ୧୦୦ ଯୁବକ ଏବଂ ଅଭିଭାବକ ଯୋଗଦେଇଥିଲେ ଯାହାକୁ ଶାନ୍ତନୁ ଷଡ଼ଙ୍ଗୀ, ଆଞ୍ଚଳିକ ଅଧିକାରୀ, ଆଇଏଲ & ଏଫଏସ ଦ୍ୱାରା କୌଶଳ ବିକାଶ ମାଧ୍ୟମରେ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ l ଡାଲମିଆ ସିମେଣ୍ଟ ଲାଞ୍ଜିବେର୍ଣ୍ଣl ସିଏସଆର ବିବାହାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲୋକ ସମ୍ପର୍କ ବିଭାଗର ଜିଏମ ଗୁରୁ ପ୍ରସାଦ ଚୌଧରୀ ଧନ୍ୟବାଦ ଅର୍ପଣ କରିଥିଲେ l