
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ସମେତ ଦେଶବ୍ୟାପୀ କୋଭିଡ ଟୀକା କରଣ ପ୍ରକ୍ରିୟା ଆରମ୍ଭ ହୋଉଛି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଶ୍ୱନାଥ ମଲ୍ଲିକ ଓ ପରେ ଡାକ୍ତର ପ୍ରଣବ ଶଙ୍କର ଦାଶ ଟୀକା ନେଇଥିଲେ।ଆଜି ଟୀକା ନେଇଥିବା କୋଭିଡ ଯୋଦ୍ଧା ଆସନ୍ତା ୨୮ତାରିଖରେ ଦ୍ଵିତୀୟ ଡୋଜ ନେବେ। ପୁରୀ ଜିଲ୍ଲାର ୮ଟି ସେଣ୍ଟରରେ ଟୀକାଦାନ କରାଯାଉଛି। ମୋଟ ୧୦୮୦୬ଜଣ ପଞ୍ଜିକୃତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡିକାଲ ଷ୍ଟାଫ ଙ୍କ ସମେତ ଅଙ୍ଗନବାଡି କର୍ମୀଙ୍କୁ ଟୀକା କରଣ ନେଇ ପଞ୍ଜିକୃତ କରାଯାଇଛି | ଏନେଇ ମୋଟ ୨୯୭ଜଣ ଭ୍ୟାକସିନେଟର ନିୟୋଜିତ ହୋଇଛନ୍ତି ।
