ପ୍ରାଥମିକ ବର୍ଗଙ୍କୁ ପ୍ରଥମେ ଟୀକା ଦିଆଯିବାର ନୀତି ଉପରେ ଏହି ଟୀକାକରଣ ଅଭିଯାନ ଆଧାରିତ । ତେଣୁ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଉଭୟ ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ଏହି ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ ।
ଏହି ଟୀକାକରଣ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କରାଯାଇଥିବା ଏକ ଅନଲାଇନ ଡିଜିଟାଲ ପ୍ଲାଟଫର୍ମ କୋ-ୱିନ୍କୁ ଉପଯୋଗ କରାଯିବ । ଏହା ଗଚ୍ଛିତ ଥିବା ଟୀକା ପରିମାଣ, ଭଣ୍ଡାରଣ ତାପମାତ୍ରା ଏବଂ କୋଭିଡ-୧୯ ଟୀକା ଦେବା ଲାଗି ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକ କରିବା ସମ୍ପର୍କରେ ସଠିକ ସମୟରେ ସୂଚନା ଯୋଗାଇ ଦେବ । ଟୀକାକରଣ ଅଭିଯାନ ଚଳାଇବା ସମୟରେ ସମସ୍ତ ସ୍ତରରେ କାର୍ଯ୍ୟକ୍ରମ ପରିଚାଳକମାନଙ୍କୁ ଏହି ଡିଜିଟାଲ ପ୍ଲାଟଫର୍ମ ସହାୟକ ହୋଇପାରିବ ।
କୋଭିଡ-୧୯ ମହାମାରୀ, ଟୀକାକରଣ କାର୍ଯ୍ୟକାରିତା ଏବଂ କୋ-ୱିନ ସଫ୍ଟୱେର୍ ସମ୍ପର୍କରେ କୌଣସି ପ୍ରକାର ସନ୍ଦେହ ମୋଚନ ପାଇଁ ଏକ ସମର୍ପିତ ୨୪ ଘଣ୍ଟିଆ କଲ ସେଣ୍ଟର-୧୦୭୫ ସ୍ଥାପନ କରାଯାଇଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସକ୍ରିୟ ସହଯୋଗ କ୍ରମେ କୋଭିଶିଲ୍ଡ ଏବଂ କୋଭାକ୍ସିନର ଯଥେଷ୍ଟ ସଂଖ୍ୟକ ମାତ୍ରା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇସାରିଛି । ପରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏସବୁକୁ ଜିଲ୍ଲାଗୁଡ଼ିକୁ ପଠାଇସାରିଛନ୍ତି । ଜନ ଭାଗିଦାରୀ ନୀତି ଆଧାରରେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।