ଭୁବନେଶ୍ୱର– ଆଜି ରାଜଧାନୀର ମୋଟ୍ ୬ଟି ହସ୍ପିଟାଲରେ କରୋନା ଟିକାକରଣ କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪, ବିଏମସି ହସ୍ପିଟାଲ, କିମସ୍, ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ କୋଭିଡ୍ ଟିକାକରଣ କରାଯିବ । ପ୍ରତି ଭ୍ୟାକ୍ସିନେସନ୍ ସେଂଟରରେ ୧୦୦ ଜଣ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟୀକା ଦିଆଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଭ୍ୟାକ୍ସିନ ପାଇଛି, ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।