ଅପରପକ୍ଷରେ କରୋନା ଟିକାକାରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଟିକାକରଣ ପ୍ରକ୍ରିୟାକରଣ କିଛି ନୂଆ କଥା ନୁହେଁ । ଆମେ ୧୯୮୫ ମସିହାରୁ ଟିକାକରଣ କରିଆସୁଛୁ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । କରୋନା ଟିକାକରଣ ହେଉଛି ସେହି ପ୍ରକ୍ରିୟାର ଅନ୍ୟ ଏକ ଫର୍ମାଟ । ଟିକା କଲେକ୍ସନ ହେବ । ଟ୍ରାନ୍ସପୋର୍ଟଟେସନ ?ପରେ ଟିକା ଦିଆଯିବ । ଏହି ମାଧ୍ୟମରେ ପୂର୍ବରୁ ମଧ୍ୟ ଟିକାକରଣ ହୋଇଛି । ଏହା କେବଳ ନୂଆ ଏଥି ପାଇଁ କୁହାଯାଇପାରିବ ଯେ, ପଂଜିକରଣ କୋ-ୱିନ୍ ମାଧ୍ୟମରେ ହୋଇଛି । ଗାଇଡଲାଇନ୍ ବଦଳୁଛି । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଯେଉଁମାନଙ୍କୁ ଜାନୁଆରି ୧୬ ତାରିଖରେ ଟିକା ଦିଆଯିବ, ସେମାନଙ୍କ ମୋବାଇଲକୁ ଆଜି ମେସେଜ ଯିବ ।
ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଂଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ । ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଂଟରେ ଟିକା ପହଂଚିସାରିଛି । ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ରାଜ୍ୟର ୧୬୧ ଟିକା କେନ୍ଦ୍ରରେ ସକାଳ ୯ଟାରୁ ଟିକାକରଣ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । ଭ୍ୟାକସିନ୍ ଖୋଲାଯିବାର ୪ ଘଂଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି । ସବୁ କେନ୍ଦ୍ରରେ ୱେଟିଂ ରୁମ୍, ଅବଜରଭେସନ ରୁମ୍ କରାଯାଇଛି ।ସବୁ କେନ୍ଦ୍ରରେ ଯେଉଁ ୫ ଜଣିଆ ଟିମ୍ ରହିବେ ତାଙ୍କ ଟ୍ରେନିଂ ସରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ ।
ଯେଉଁମାନଙ୍କର କୋଭିଡ ଲକ୍ଷଣ ସେମାନଙ୍କୁ ଟିକା ଦିଆଯିବ ନାହିଁ । ସୁସ୍ଥ ହେବାର ୪ରୁ ୮ ସପ୍ତାହ ମଧ୍ୟରେ ଟିକା ଦିଆଯିବ । କୋଭିସିଲ୍ଡ ଓ କୋଭାକ୍ସିନର ୦.୫ ଏମଏଲ ଡୋଜ ବାହୁର ଉପରିଭାଗରେ ଦିଆଯିବ ।