କଟକ : SCB ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ; ନୂଆ ମେଡିସିନ ବିଭାଗ ନିରାଶ୍ରୟ ୱାର୍ଡର ତିନି ମହଲାରୁ ଡେଇଁ ମୃତ୍ୟୁ; ୱାର୍ଡର ଝରକା ଗ୍ରୀଲ୍ ତାଡ଼ି ଡେଇଁ ପଡ଼ିଥିବା ସୂଚନା; ମୃତ ରୋଗୀଙ୍କ ପରିଚୟ ମିଳିନି, ଡେଇଁବାର କାରଣ ଅସ୍ପଷ୍ଟ । କଟକ ବଡ଼ ମେଡ଼ିକାଲ ର ନ୍ୟୁ ମେଡ଼ିସିନ ବିଭାଗର ଦ୍ଵିତୀୟ ମହଲା ନିରାଶ୍ରୟ ୱାର୍ଡରୁ ଡେଇଁ ବୃଦ୍ଧ ମାନସିକ ରୋଗୀ ମୃତ।
ଅସହାୟ ରୋଗୀଙ୍କୁ ସୁରକ୍ଷା ପାଇଁ କର୍ମଚାରୀ ନିୟୋଜିତ ଥାଇ ମଧ୍ୟ କିପରି ଗ୍ରୀଲ ତାଡି ସେ ଡେଇଁଲେ ତାହା ଏକ ବଡ ପ୍ରଶ୍ନବାଚୀ।
ଚୌଦ୍ୱାର ଥାନା ଅନ୍ତର୍ଗତ ବିରୂପା ନଦୀରେ ଦୁଇ ଜଣ ଯୁବକ ବୁଡି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ମୁନା ନାୟକ ନାମକ ଅନ୍ୟ ଜଣେ ଯୁବକ ବର୍ତ୍ତମାନ ସୁଦ୍ଧା ନଦୀରେ ନିଖୋଜ ଅଛନ୍ତି।