
ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୯୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣା ପଡିଛି ।
ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୪ ଗିରଫ
ଭୁବନେଶ୍ୱର– ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୮୪୯ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୬,୧୨,୮୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।