ଗଞ୍ଜାମ- କଭୋଡ଼୍ କୁ ପ୍ରତିରୋଧ କରିବା ପାଇଁ ଆଜି ଭାରତରେ କରୋନା ବିଜୟ ଦିବସ ପାଳନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲରେ ଏହି ଟୀକାକରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହାକୁ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବ୍ରହ୍ମପୁର ସହରର ବିଶିଷ୍ଟ ବରିଷ୍ଠ ଡାକ୍ତର ସୁନିଲ କୋଟାଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯାଇଛି । ଏହି କୋଭିଡ଼୍ ଟୀକାକରଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଆଜି ୧୦୦ ଜଣ କୋଭିଡ଼୍ ଯୋଦ୍ଧାଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।