ଭୁବନେଶ୍ୱର– ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ମାମଲାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମାଲକାନଗିରି ଏଓ ନବରଙ୍ଗପୁର ଜିଲ୍ଲାର ତିନି ଜଣ ଅଧିକାରୀଙ୍କୁ ନିଲମ୍ବିତ କରା ଯାଇଛି । ଏ ସମ୍ପର୍କରେ ନିର୍ଦେଶନାମା ଜାରୀ କରା ଯାଇଥିବା ଜଣା ପଡିଛି ।
ଏହି ଅଧିକାରୀ ମାନେ ହେଲେ ମାଲକାନଗିରି ଜିଲ୍ଲାର ଚିତ୍ରୋକୋଣ୍ଡା ବ୍ଲକର ବିଡିଓ ଲରିମନ ଖର୍ସେଲ, ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବିଡିଓ ଦେବେନ୍ଦ୍ର ବାହାଦୁର ଓ ଝରିଗାଁ ବ୍ଲକର ଜେଇ ସୁନୀଲ ସାମଲ ।