ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଠାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଶବକୁ ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ।ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଥିଲେ।ହେଲେ ଡାକ୍ତର ମେଡିକାଲ ରେ ମୃତ୍ୟୁ ଘୋଷଣା କରିଥିଲେ।ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନବାକୁ ଡାକ୍ତର ଙ୍କୁ କହିଥିଲେ।କିନ୍ତୁ ଡାକ୍ତର ମହାପ୍ରୟାଣ ଗାଡି ର ସୁବିଧା ନଥିବା କହି ଥିଲେ।ମୃତକ ଙ୍କ ସମ୍ପର୍କୀୟ ମେଡ଼ିକାଲ ରେ ଥିବା ଆମ୍ବୁଲାନ୍ସ କୁ ,ଅଟୋ କୁ ଯୋଗା ଯୋଗ କରିଥିଲେ।କିନ୍ତୁ ଶବ ନବା ପାଇଁ ଗାଡି ନମିଳିବାରୁ ବାଧ୍ୟହୋଇ ବାଇକ ରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ।ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ