
-
କନ୍ୟା ପୂଜନରେ ସାମିଲ ହେଲେ ସାଧୁ ସନ୍ଥ, ରାମ ରସରେ ଭିଜିଲେ ଶ୍ରଦ୍ଧାଳୁ ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
୧୫/୦୧/୨୦୨୧,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଳିପଡ଼ା ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଚାଲିଥିବା ନବଦିନାତ୍ମକ ରାଷ୍ଟ୍ରିୟ ରାମାୟଣ ମହୋତ୍ସବରେ କନ୍ୟା ପୂଜନ ଓ ପୂର୍ଣ୍ଣାହୁତି ସହିତ ଉଦଯାପନୀ ହୋଇଯାଇଛି | ଉଦଯାପନୀ ଦିବସରେ ପ୍ରତିଦିନ ପରି ପୂର୍ବାହ୍ନ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ତେଲେଙ୍ଗାନାର ସୁରେଶ ସାରଡ଼ା, ଶରତ ସାରଡ଼ା ରାମାୟଣ ପାଠ କରିଥିଲେ|ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଦ୍ରୀନାଥ ଧାମର ୧୦୦୮ ମହାମଣ୍ଡଳେଶ୍ୱର ବାଳକ ଯୋଗେଶ୍ୱର ଦାସଜୀ ମହାରାଜ ଏବଂ ମହାରାଷ୍ଟ୍ର ଜାଲନା ଜିଲ୍ଲା ର ଅନ୍ତରାଷ୍ଟ୍ରୀୟ ସୁନ୍ଦରକାଣ୍ଡ ପାଠକ ମନୋଜ ମହାରାଜ ଜୀ ଯୋଗଦେଇଥିଲେ |
ସୂଚନା ଯୋଗ୍ୟ ସପ୍ତମ ଦିବସ ରେ ପୁରୀର ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ,ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି ଓ ଚିକିତ୍ସାଳୟ ର ଅନ୍ୟ ସଦସ୍ୟ ମନେ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀରାମ ଙ୍କ ଜୀବନି ବୃତ୍ତାନ୍ତ ଶ୍ରବଣ କରି ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ |
ଅଷ୍ଟମ ଦିବସ ରେ ପୁରୀ ବାର କାଉନସିଲ ର ଆଡ଼ଭୋକେଟ ସ୍ନେହାଶିଷ ମହାନ୍ତି ଙ୍କ ନେତୃତ୍ୱ ରେ ଅଭିବକ୍ତା ବୃନ୍ଦ ଅତିଥି ରୂପେ ଯୋଗଦେଇଥିଲେ | ସାରଡ଼ା ବନ୍ଧୁ ଙ୍କ ସାମୁହିକ ସଙ୍ଗୀତ ମୟ ରାମକଥା ବାଚନ ଶ୍ରବଣ କରି ରାମ ରସରେ ବିଭୋର ହୋଇଯାଇଥିଲେ |
ଆଜି ସମାପନ ସମରାହୋରେ ପୁରୀ ପୌରସଂସ୍ଥା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ,କ୍ରାନ୍ତି ଓଡିଶା ତଥା ଓଡିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ, ରାମାୟଣୀ ପଣ୍ଡିତ ବୈଦ୍ୟନାଥ ଠାକୁର ,
ନବଭରତ ର ଓଡିଶା ମୁଖ୍ୟ ତଥା ଇଣ୍ଡୋ କଳିଙ୍ଗ ଟାଇମସ, ଇଣ୍ଡୋ ଏସିଆ ଟାଇମସ ର ଚିଫ ଏଡିଟର ହେମନ୍ତ କୁମାର ତିୱାରୀ,ଦୈନିକ ଜାଗରଣ ର ଓଡିଶା ପ୍ରଭାରୀ ସ୍ୟେଶନାଥ ରାୟ,ସହିଭାଇ ର ମୁଖ୍ୟ ତଥା ସମାଜସେବୀ ବ୍ରଜବନ୍ଧୁ ମହାରଣା,ଇଞ୍ଜିନୟର ଉମାକାନ୍ତ ପାଣି,ସମାଜସେବୀ ଶରତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |
ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ |ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |
ଏହି ଉତ୍ସବରେ ଟ୍ରଷ୍ଟର ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ପଣ୍ଡିତ ବ୍ରିଜମୋହନ ଦାସଜୀ, ସଦସ୍ୟା ଲଷ୍ମୀପ୍ରିୟା ପଣ୍ଡା ଓ ସଦସ୍ୟ ପଣ୍ଡିତ କାର୍ତ୍ତିକ ପଣ୍ଡା,ଗଣେଶ୍ୱର ପଣ୍ଡା,ମ୍ୟାନେଜର ଦିଲ୍ଲୀପ ମହାନ୍ତି ପିତାମ୍ବର ପଣ୍ଡା, ହରପ୍ରସାଦ ମହାପାତ୍ର,ପ୍ରକାଶ ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ |ଉତ୍ସବ ଶେଷରେ ଅର୍ଚିତା ମହାନ୍ତି ଓ ଘନଶ୍ୟାମ ବେହେରା ଭକ୍ତି ସଙ୍ଗୀତ ନୃତ୍ୟ ପରିବେଷଣ କରିଥିଲେ |