କୃଷ୍ଣ କୁମାର ମହାନ୍ତି, ବାଲେଶ୍ଵର
ଗତ ଜାନୁଆରୀ ୧୧ ତାରିଖରୁ ଭର୍ଚୁଆଲ୍ ମୋଡ୍ ରେ ଆରମ୍ଭ ହୋଇଥିବା ନବମରୁ ଦ୍ବାଦଶ ଛାତ୍ରଛାତ୍ରୀ ମଧ୍ୟରେ ଜାତୀୟ କଳା ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ଆଜି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଷ୍ଟୁଡ଼ିଓରେ ଭିଜୁଆଲ୍ ଆର୍ଟ (ଟୁ-ଡି), ସ୍କଲପଚର୍ (ଥ୍ରୀ-ଡି) ଓ ଇଣ୍ଡିଜିନିୟସ୍ ଟୟ ଆଣ୍ଡ୍ ଗେମ୍ ପ୍ରତିଯୋଗିତା ହୋଇଥିବା ପ୍ରକାଶ। ଓଡ଼ିଶାରୁ ତିନୋଟି ବିଭାଗରେ ୬ ଜଣ (ଜଣେ ଛାତ୍ର ଓ ଜଣେ ଛାତ୍ରୀ) ଅଂଶ ଗ୍ରହଣ କରିଛନ୍ତି। ଇଣ୍ଡିଜିନିୟସ୍ ଟୟରେ ବାଲେଶ୍ବରରୁ ଭଗତୋଷ ଅଙ୍କିତ ଦାସ( ଜଉକଣ୍ଢେଇ), ଗେମ୍ ରେ କଟକରୁ ଆକାଂକ୍ଷା ପ୍ରିୟଦର୍ଶିନୀ ଖୁଣ୍ଟିଆ, ସ୍କଲ୍ପଚର୍ ରେ ବରଗଡ଼ର ମୃଣ୍ମୟୀ ପ୍ରଧାନ(ଟେରାକୋଟା) , କଟକରୁ ଆଶୁତୋଷ ପଟ୍ଟନାୟକ (କ୍ଲେ ମଡେଲ୍), ଟୁ-ଡି ଚିତ୍ରକଳାରେ ଗଞ୍ଜାମରୁ ଶୁଭମ୍ ପ୍ରଧାନ, କଟକରୁ ଶ୍ରେୟା ମିଶ୍ର ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଏହାକୁ ଓପେପାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ ତଥା ଜୟା ବାନାର୍ଜୀ, ବିଶ୍ବପ୍ରକାଶ ରାଉତ, ଅମରେଶ ମହାପାତ୍ର, ଅଜୟ ଗୋଚ୍ଛାୟତ ପରିଚାଳନା କରିଥିଲେ।
ଏହାବ୍ୟତୀତ ନୃତ୍ୟ, ସଂଗୀତ ଓ ବାଦ୍ୟ ଆଦି ବିଭାଗରେ ମଧ୍ୟ ପ୍ରତିଯୋଗିତା ହୋଇଥିବାର ଜଣାପଡିଛି।