
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁରରେ ଶ୍ରୀ ବେହେରା ପାତ୍ର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଏହି କର୍ମୀ ବୈଠକରେ ବିକାଶମୂଳକ କାର୍ଯ୍ୟର ତର୍ଜମା କରିବା ସହିତ ଅଂଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଧୋବା ସ୍ବାଇଁ, ସାଧାରଣ ସମ୍ପାଦକ ଅମିନ ପ୍ରଧାନ ଉପସ୍ଥିତ ଥିଲେ। ପଞ୍ଚାୟତରେ ସବରପଲ୍ଲୀ, କତାପଲ୍ଲୀ, ନବକୃଷ୍ଣପୁର, ଜନକାପଲ୍ଲୀ, ସିତାପଲ୍ଲୀ, ଚାଷୀଙ୍କୁ ସହାୟତା କରୁଥିବା ଚେକ ଡ୍ୟାମ ତିତିଲି ବାତ୍ୟା ବିପର୍ଯୟ ପରେ ପୁନରୁନ୍ଧାର ହୋଇନଥିବାରୁ ଖୋଭ ପ୍ରକାଶ କରିଥିଲେ। ଭଜରାମ ଦଣ୍ଡିଆ, ଡମ୍ବରୁ ମଣ୍ଡଳ ,ରମେଶ ପାତ୍ର, ମରବତୀ ଶବର, ବିଶ୍ୱନାଥ ନାୟକ, ରବୀନ୍ଦ୍ର ସାହୁ, ହାଡ଼ି ଗୌଡ଼, ଅରକ୍ଷିତ ମଣ୍ଡଳ, ଜଗନ୍ନାଥ ନାୟକ ପ୍ରମୁଖ ବରିଷ୍ଠ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।
ସାଧାରଣ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ପରାଜୟ ପରେ ରାଜ୍ୟ ନେତୃତ୍ୱଙ୍କ ପରାମର୍ଶରେ ସାନଖେମୁଣ୍ଡି ବ୍ଲକ ବିଜେଡି ପୁନର୍ଗଠିତ ହୋଇଛି। ଵରିଷ୍ଠ ଓ କନିଷ୍ଠ କର୍ମୀଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହିତ ନୂତନ ବ୍ଲକ ସଭାପତି ମନୋନୀତ ହୋଇଛି। ଏହି ନୂତନ କଳେବର ପରେ ବ୍ଲକ ବିଜେଡି ସଂଗଠନ ଧାରାରେ ପରିବର୍ତ୍ତନ ଆଶା କରାଯାଇଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।