![](https://indokalingtimes.com/wp-content/uploads/2020/10/IKAT-NEWS-01-300x122.jpg)
ଭୁବନେଶ୍ୱର – ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ଉଠାଇବା ଦାବି ନେଇ ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଅନୁସାରେ ପ୍ରଦେଶ କଂଗ୍ରେସ ପକ୍ଷରୁ “କିଷାନ ଅଧିକାର ଦିବସ” ଭାବେ ପାଳନ କରାଯିବା ପାଇଁ ରାଜ ଭବନ ଘେରାଉ କାର୍ଯ୍ୟକ୍ରମ କରା ଯାଇଛି ।
ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱରରେ ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ମାନେ ଏହି ଅବସରରେ ଉପସ୍ଥିତ ଥିଲେ ।