
ପଟ୍ଟାମୁଣ୍ଡାଇ– କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବନ ବିଭାଗର ୨୨ଟି ଟିମ୍ ଏହି କୁମ୍ଭୀର ଗଣନା କାର୍ଯ୍ୟରେ ସାମିଲ୍ ରହିଛନ୍ତି । ପ୍ରତି ଟିମ୍ ରେ ୫ ଜଣ ଲେଖାଏଁ ସଦସ୍ୟ ସାମିଲ୍ ରହିଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଫଳରେ ପୂର୍ବ ଘୋଷଣା ଅନୁଯାୟୀ ଆଜିଠୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଏହି କୁମ୍ଭୀର ଗଣନା କାର୍ଯ୍ୟ ଜାନୁଆରୀ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ପରିବର୍ତନ କରିଯାଇଛି ।