ଭୁବନେଶ୍ୱର – ଶିକ୍ଷାଦାନ ଓ ଗବେଷଣା ମାନରେ ଉନ୍ନତି ଆଣି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଏକ ଉକ୍ରର୍ଷ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଉଚ୍ଚତର ଜ୍ଞାନ ଆହରଣ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅନୁÂାନକୁ ପଠାଯିବାର ବ୍ୟବସ୍ଥା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର
୫ ଜଣ ଛାତ୍ରଛାତ୍ରୀ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଉଚ୍ଚତର ଜ୍ଞାନ ଆହରଣ ନିମନ୍ତେ ଗସ୍ତ କରୁଥିବା ଉପଲକ୍ଷେ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଶ୍ୱବିଦ୍ୟାଳୟର ଏହି ନୂତନ ପଦକ୍ଷେପ ଦ୍ୱାରା କୃଷି ଓ ଆନୁଷଙ୍ଗିକ କୃଷିବବିଜ୍ଞାନ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବା ସହିତ ବିଶ୍ୱବିଦ୍ୟାଳୟର ଗବେଷଣାର ମାନରେ ଉନ୍ନତି ଘଟିବ । ଏହା ଦ୍ୱାରା ଏଠାକୁ ଅଧିକ ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ଆକର୍ଷିତ ହେବେ ।
ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପ ଅଧୀନରେ ଅତ୍ୟାଧୁନିକ ତାଲିମ ଓ ଶିକ୍ଷା ପାଇଁ ବିଦେଶ ପଠାଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ୨୫ ଜଣ ଛାତ୍ରଛାତ୍ରୀ ଓ ୨୫ ଜଣ ଅଧ୍ୟାପକଙ୍କୁ ବିଦେଶ ପ୍ରେରଣ କରାଯିବ । ଏଥି ପାଇଁ ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ତରଫରୁ ଭାରତର ୮ଟି କୃଷି ବିଶ୍ୱବିଦ୍ୟାଳୟକୁ ସାହାଯ୍ୟ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ୟତମ । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୨ ତାରିଖରୁ ୧୫ ଦିନ ପାଇଁ ଫିଲିପାଇନ୍ସ ଗସ୍ତରେ ଯାଉଛନ୍ତି । ଏହି ପ୍ରକଳ୍ପ ଜରିଆରେ ଆସନ୍ତା ୩ ବର୍ଷ ମଧ୍ୟରେ ୭୫ ଜଣ ଅଧ୍ୟାପକ ଓ ୭୫ ଜଣ ବିଦ୍ୟାର୍ଥୀଙ୍କୁ ଉଚ୍ଚତର ଜ୍ଞାନ ଆହରଣ ନିମନ୍ତେ ବିଦେଶ ଗସ୍ତରେ ପଠାଯିବ ।
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ୍ଙ୍କ ଉତ୍ସବରେ ପୌରୋହିତ୍ୟ କରି
ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଶିକ୍ଷାଲାଭ କରିବାର ଯୋଜନା ସଂପର୍କରେ ଆଲୋକପାତ କରିଥଲେ । କୃଷି ଓ ଯାନ୍ତ୍ରିକ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଂଜୟ କୁମର ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଏହି ପ୍ରକଳ୍ପର ନୋଡାଲ୍ ଅଫିସର ଡ. ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।