
ଭୁବନେଶ୍ୱର– ଯାଜପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତ୍ୱ ନିୟମକୁ ନ ମାନିବା, ବାହାରେ ଛେପ ପକାଇବା ଓ ମୋଟର ଯାନ ଆଇନ ଭାଙ୍ଗିବା ଅଭିଯୋଗରେ ୩୭୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ଠାରୁ ୧୯୬୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଛି । ଯାଜପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।