ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିସର ବାଇକ୍ ଷ୍ଟାଣ୍ଡ ପାଲଟିଥିବା ଅଭିଯୋଗ ହେଉଛି । ଏହି ଡାକ୍ତରଖାନାରେ ଆବଶ୍ୟକ ସ୍ଥାନାଭାବ କାରଣରୁ ରୋଗୀ ଓ ସମ୍ପର୍କୀୟ ମାନେ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନେ ସେମାନଙ୍କ ବାଇକକୁ ଡାକ୍ତରଖାନା ପରିସର ମଧ୍ୟରେ ରଖୁଛନ୍ତି । ଯାହାଫଳରେ ଡାକ୍ତରଖାନା ସାରା ବାଇକ୍ ସବୁ ରହି ଅନେକ ଅସୁବିଧା ଦେଖା ଦେଉଥିବା ବେଳେ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଦେଖାଦେଉଛି । ଦୀର୍ଘ ଦିନ ଧରି ଡାକ୍ତରଖାନା ସାରା ରୋଗୀ ଓ ସମ୍ପର୍କୀୟଙ୍କ ଶତାଧିକ ବାଇକ୍ ସବୁ ରହୁଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଉଥିବା ବେଳେ ସ୍ଥାନାଭାବ କାରଣରୁ ଡାକ୍ତରଖାନା ପରିସର ଏକ ବାଇକ ଷ୍ଟାଣ୍ଡ ପରି ଦେଖାଯାଉଛି । ଅନ୍ୟପକ୍ଷରେ ସ୍ଥାନାଭାବ କାରଣ ସହ ବାଇକ୍ ରଖିବାର ବ୍ୟବସ୍ଥା ନଥିବାରୁ ଲୋକେ ଡାକ୍ତରଖାନାରେ ବାଇକ୍ ରଖିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି ।
ଏଠାରେ ସୂଚନାଯୋଗ୍ୟ ଯେ, ସହରର ଚନାବେଡା ଗ୍ରାମ ଠାରେ ମା ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ନିର୍ମାଣ ହୋଇ ରହିଥିବା ବେଳେ ଏହି ବିଲଡିଂର ମାଳିକାନାକୁ ନେଇ ବିବାଦ କାରଣରୁ ସେଠାକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇ ପାରୁନଥିବାରୁ ଏପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ହେଉଛି । ଡାକ୍ତରଖାନା ନିର୍ମାଣ ହେବାର ୪/୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାଫଳରେ ରୋଗୀ, ସମ୍ପର୍କୀୟ ମାନେ ହଇରାଣ ହରକତରେ ପଡୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।