ଶିବରାମ ଚୌଧୁରୀ, ବେଲଗୁଣ୍ଠା
ବେଲଗୁଣ୍ଠା ହାଟପଦା ମେଇନ୍ ରୋଡସ୍ଥିତ ଏକ ବାସଭବନରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ପଚାସଢା ଶ ଉଦ୍ଧାର କରାଯାଇଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ଜଣାପଡିଛି ଯେ ,ବେଲଗୁଣ୍ଠା ମେଇନ୍ ରୋଡ୍ ନିବାସୀ ସ୍ୱର୍ଗତ ଶ୍ରୀନିବାସ ମିଶ୍ର ଙ୍କ ବାସଭବନରୁ ଗତ ରାତିଠାରୁ ପଚା ଗନ୍ଧ ଆସୁଥିବା ଲକ୍ଷ କରାଯାଇଥିଲା ।ସେହି ଘରେ ତାଙ୍କର ମାନସିକ ବିକୃତ ଥବା ଜଣେ ଝିଅ ଓ ପୁଅ ରହୁଥିଲେ ।ଅସହ୍ୟ ଗନ୍ଧ ହେବାରୁ ସାହିପଡିଶା ତଥା ଆଖପାଖ ଲୋକେ ସନ୍ଦେହ କରି ବେଲଗୁଣ୍ଠା ଥାନାକୁ ଖବର ଦେଇଥିଲେ ।ଖବର ପାଇ ବେଲଗୁଣ୍ଠା ଥାନା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଖୋଲିବା ବେଳକୁ ଜଣେ ବ୍ୟକ୍ତିଙ୍କ ଶବ ପଚିସଢି ପଡିଥିବା ଦେଖିବାକୁ ପାଇଥିଲେ ।ଖବର ନେବାରୁ ଶବଟି ଶ୍ରୀନିବାସ ମିଶ୍ର ଙ୍କ ପୁଅ ତାରିଣୀ ମିଶ୍ରଙ୍କ ବୋଲି ଜଣାପଡିଥିଲା ।ପ୍ରକାଶ ଯାଉକି ତାରିଣୀ ଦୀର୍ଘ ବର୍ଷ ହେବ ନିଜର ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ବାହାରକୁ ବାହାରୁନଥିଲେ ।ତାଙ୍କର ମୃତ୍ୟୁ ୮/୧୦ ଦିନ ତଳେ ହୋଇଥିବା ପୋଲିସ ସନ୍ଦେହ କରୁଛି ।ପୋଲିସ ଶବ ଜବତ କରି ବେଲଗୁଣ୍ଠା ଥାନାରେ ୟୁଡି ୪/୨୧ରେ ଏକ ମାମଲା ରୁଜ୍ଜୁକରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ପଠାଇଥିବା ସୁଚନା ମିଳିଛି ।ତାରିଣୀଙ୍କ ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।