ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ପାଇଁ ସହାୟତା ଯୋଗାଇ ଦେବ ରାଜ୍ୟ ସରକାର
ଭୁୁବନେଶ୍ୱର– ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ସେବା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।