
ଧର୍ମଶାଳା– ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ବେକରେ ରଶି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବାପଘର ଲୋକ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ ବରଂ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ମାରି ଟାଙ୍ଗି ଦେଇଥିବା ଏବଂ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ବ୍ରହ୍ମବରଦା ଫାଣ୍ଡିରେ ପିତା ନୃସିଂହ ପାତ୍ର ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ହେଲେ ଏହି ଗ୍ରାମର ବିଜୟ ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରା (୩୩) ବୋଲି ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ସାଇଂଟିଫିକ୍ ଟିମ୍ ର ସହାୟତା ନେଇଛି ।