ମାଲକାନଗିରି– ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଥାନାସ୍ଥ ଏମଭି- ୯୬ ଗ୍ରାମର ବିପ୍ଳବ ସରକାରଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ସକାଳୁ ମିଳିଛି । ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବିପ୍ଳବ ଏମଭି-୯ ୬ ଗ୍ରାମରେ ବିବାହ କରିଥିଲେ । ବିବାହ ପରଠାରୁ ସେ ଶ୍ବଶୁର ଘରେ ରହୁଥିଲେ । ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିଲେ ମଧ୍ୟ ସେ ଅତ୍ୟାଧିକ ଋଣ କରି ଶୁଝି ପାରୁ ନଥିଲେ । ଏଥିପାଇଁ ସେ ଅଧିକାଂଶ ସମୟରେ ଚିନ୍ତାରେ ରହୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିବା ଆଇଆଇସି ଜନ ଖଜୁ୍ର କହିଛନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 24, 2024
November 24, 2024