![](https://indokalingtimes.com/wp-content/uploads/2021/01/d4e00561757dd709e573e1eae2d427e122621011b139659f636a4ece50f70405_1.jpg)
![](https://indokalingtimes.com/wp-content/uploads/2021/01/d4e00561757dd709e573e1eae2d427e122621011b139659f636a4ece50f70405_1-300x171.jpg)
ଦେଶର ଅନ୍ନଦାତା ଆଜି ରାଜରାସ୍ତାରେ, କିନ୍ତୁ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ସହ ଏହାକୁ ଭୃକ୍ଷେପ ନ କରି ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଡ. ଲେଙ୍କା । ଆନ୍ତର୍ଜାତୀୟ ବଜାରରେ ତୈଳଦର ବ୍ୟାରେଲ ପିଛା ୫୦ ଡଲାରରୁ କମ୍ ଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି, ବୋଝ ଉପରେ ଲଳିତା ବିଡ଼ା ସଦୃଶ କ୍ରମାଗତ ଭାବେ ଦରବୃଦ୍ଧି ପାଇ ୯୦ ଟଙ୍କା ହୋଇଗଲାଣି । ବର୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହିତ ଲଢ଼େଇ ଏବଂ ଜୀବନଜୀବିକା ସହ ସଂଘର୍ଷ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ । ଯଦି ଆଗାମୀ ଦିନରେ କୃଷି ଆଇନ ପ୍ରତ୍ୟାହାର ଓ ପେଟ୍ରୋଲ ଡିଜେଲ ଦର ନିୟନ୍ତ୍ରଣ ନ କରାଯାଏ, ସମଗ୍ର ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଜୋରଦାର ବିରୋଧ କରିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସଭାପତି ଡ. ଲେଙ୍କା ।
ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବକଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀମ୍, ମୁଖପାତ୍ର ନଳିନୀକାନ୍ତ ନାୟକ, ଆର୍ଯ୍ୟବୀର ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।