ରାଉରକେଲା – ରାଉରକେଲା ପୂର୍ତ ବିଭାଗ । ବିଗତ ୨୫ ବର୍ଷରୁ ନେଇ ଗତ ୭ବର୍ଷ ଭିତରେ ରାଉରକେଲାର ଏହି ବିଭାଗକୁ ବିଭିନ୍ନ ସମୟରେ ଜେଇ ଭାବେ ଆସି ଯୋଗଦାନ କରି ଏଠାରୁ ଆଉ ବଦଳି ହୋଇନଥିବା ବେଳେ, ପଦୋନ୍ନତି ସହ ୭ ବର୍ଷରୁ ୨୫ ବର୍ଷ ଧରି ଗୋଟିଏ ଯାଗାରେ ଗାଦି ମାଡି ବସି ରହିଥିଲେ ବି ସରକାରଙ୍କର ବଦଳି ବ୍ୟବସ୍ଥା ତାଙ୍କୁ ଛୁଇଁପାରିନଥିବା ଦେଖାଯାଇଛି ।୨୦ ବର୍ଷ ଭିତରେ ୪ଟି ସରକାର ଗଲାଣି । ଅନେକ ଶାସକ ପ୍ରଶାସକ, ନିର୍ବାହୀ ଯନ୍ତ୍ରୀ ଗଲେଣି । ହେଲେ ଏମାନଙ୍କ ବଦଳି ହୋଇ ନପାରିବା ଓ ଗୋଟାଏ ଯାଗାରେ ଏତେଦିନ ରହିବା ନିଶ୍ଚୟ ସରକାରଙ୍କର ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଉଛି । ଏଭଳି କିଛି ଲୋକଙ୍କ ନାମ ଯଦି ଦେଖିବା ସେଥିରେ ୧ ନମ୍ବରରେ ଆସିବେ ପାର୍ଥସାରଥି ଜେନା, ସେ ୧୩-୭-୧୯୯୪ ରେ ରାଉରକେଲା ପୂର୍ତ ବିଭାଗରେ ଜୁନିୟର ଇଂଜିନିୟର ଭାବେ ଯୋଗଦାନ କରିଥିଲେ । ତାରି ଭିତରେ ସେ ଆର ସି,ବଣେଇ, ପାନପୋଷ, ସିଟି ଭିତରେ ବଦଳି ହୋଇ କେବଳ ଏପାଖ ସେପାଖ ରାଉରକେଲା ପୂର୍ତ ବିଭାଗ ଭିତରେ ସିନା ହୋଇଛନ୍ତି । କିନ୍ତୁ ତାଙ୍କର ଜିଲ୍ଲା ବାହାରକୁ ବଦଳି ନହେବା ୨୫ ବର୍ଷ ୬ମାସ ହୋଇଗଲାଣି । ସେହିଭଳି ଟିକେଶ୍ୱର କିଶାନ । ଚାକିରୀ କାଳର ୨୩ ବର୍ଷ ରାଉରକେଲାରେ ରହି ସାରିଛନ୍ତି । ଆଉ କିଛି ଦିନ ଭିତରେ ସେ ଅବସର ନେବେ । ସେ ୮-୧୦-୧୯୯୯ରେ ରାଉରକେଲାରେ ଜେ.ଇ. ଭାବେ ଯୋଗ ଦାନ କରି ଏବେ ଯାଏ ରହିଛନ୍ତି । ଏ.କେ. ଦଳବେହେରା,୧-୨-୧୯୯୯ରେ ରାଉରକେଲାରେ ଜେଇ ଭାବେ ଯୋଗ ଦାନ କରି ୨୦ବର୍ଷ ରାଉରକେଲାରେ ରହି ଏହା ଭିତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହେଲେଣି । ଅନେକ ଦିନ କେବଳ ରାଉରକେଲା ସିଟି ଦାୟିତ୍ୱରେ ରହି ତାଙ୍କ ଚାକିରୀ କାଳ ବିତାଇ ସାରିଛନ୍ତି । ସେହିପରି ହେମେନ୍ଦ୍ର କୁମାର ଷଡଙ୍ଗୀ । ୪-୧୨-୨୦୦୦ ରେ ଜେ.ଇ. ଭାବେ ବିଶ୍ରା ସେକ୍ସନରେ ଯୋଗଦାନ କରିଥିଲେ । ତାଙ୍କର ମଧ୍ୟ ୨୦ବର୍ଷ ପୁରିଛି ରାଉରକେଲାରେ । କିନ୍ତୁ ବଦଳି କେବେ ବି ହୋଇନି । ଜୟଶ୍ରୀ ଅନୁରାଧା ରଥ । ଏଭଳି ବଦଳି ହୋନଥିବା ଇଞ୍ଜିନିୟରଙ୍କ ଭିତରେ ୫ମ ସ୍ଥାନରେ ରହିଛନ୍ତି ସେ । ୨୧-୫-୨୦୦୩ରେ ସେ କୋଇଡା ସେକ୍ସନରେ ଯୋଗଦାନ କରି ରାଉରକେଲାରେ ୧୬ ବର୍ଷ ବିତାଇ ସାରିଛନ୍ତି ।୬ଷ୍ଠ ସ୍ଥାନରେ ବନବିହାରୀ ଚୌଧୁରୀ ରହିଛନ୍ତି ।୧୭-୨-୨୦୦୪ରେ ସେ ସିଟି ସବଡିଭିଜନରେ ଯୋଗଦାନ କରି ବର୍ତମାନ ଯାଏ ରାଉରକେଲାରେ ରହିଛନ୍ତି । ୭ମ ସ୍ଥାନରେ ରହିଛନ୍ତି ଜୟନାରାୟଣ ପଟେଲ । ସେ ୬-୦୮-୨୦୦୪ରେ ରାଉରକେଲାରେ ଯୋଗଦେଇ ଏବେବି ରହିଛନ୍ତି । ସେହିଭଳି ୧୫-୭-୨୦୦୮ରେ ପ୍ରମୋଦ ମହାପାତ୍ର, ଅଷ୍ଟମରେ ମନୋହର ଲାଲ ଓରାମ୨୮-୨-୨୦୦୮ରେ ରାଉରକେଲା ଆସି ରହିଛନ୍ତି, ହେଲେ ବଦଳି ତାଙ୍କୁ ଛୁଇଁ ପାରିନି । ନବମରେ ବେଣୁଧର ନାୟକ । ସେ ୧୬-୬-୨୦୧୦ ରେ ରାଉରକେଲା ଆସି ୯ବର୍ଷ ପୁରଣ କରି ସାରିଲେଣି । ସେ ପୁରୁଣା ବାବୁ ମାନଙ୍କୁ ଅନୁସରଣ କରି ଏଯାଗା ଛାଡିବା ଚକରରେ ନଥିବା ଖବର ମିଳିଛି ।୧୦ମରେ ଅଶୋକ କୁମାର ଦେ ।୧-୦୭-୨୦୧୨ରେ ରାଉରକେଲାକୁ ଆସି ୭ମ ବର୍ଷରେ ପହଁଚିଛନ୍ତି ।ସହରରେ ତାଙ୍କ ସମୟରେ କୋଟି କୋଟି ଟଙ୍କାର କାମ ତାଙ୍କ ଦ୍ୱାରା କରାଯାଇ ବ୍ୟାପକ କାରନାମା କରାଯାଇଥିବା ଅଭିଯୋଗ ହୋଇଚାଲିଛି । ରାଉରକେଲାର ପଲିଟିକାଲ ସ୍ଥିତିକୁ ଯଦି ଦେଖିବା ଏହି ୨୦ବର୍ଷ ଭିତରେ ୪ ବିଧାୟକ ମଧ୍ୟ ହୋଇଛନ୍ତି । କିନ୍ତୁ ଏମାନଙ୍କ ଭିତରୁ କିଛି ଇଂଜିନିୟର ଏହି ବିଧାୟକ ମାନଙ୍କ ସହିତ କାମ କରିସାରିଛନ୍ତି । କିନ୍ତୁ ବିଧାୟକ ମାନେ ସିନା ଗଲେ ସେମାନେ ଏବେ ବି ତାଙ୍କ ଯାଗାରେ ରହିଛନ୍ତି । ସରକାରଙ୍କ ବଦଳି ବ୍ୟବସ୍ଥା ଯଦି ଏଇଆ ହୁଏ ତେବେ ବଦଳି ବ୍ୟବସ୍ଥାକୁ ଉଠାଇ ଦେଇ ଏହିଭଳି ଚଲାଇବା ହିଁ ସମସ୍ତଙ୍କୁ ସୁହାଇବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Related Stories
November 24, 2024
November 24, 2024