କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ରଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା କାଠ ଅନୁକୂଳ ସହ 2021 ବର୍ଷର ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା କାଲି ନୟାଗଡ ବଡମୂଳ ଠାରେ ଏହି ଅନୁକୂଳ ପୂଜା ହେବ ।ଏଥି ପାଇଁ ମହାପ୍ରଭୁଙ୍କ ମାଳ ମାହାର୍ଭ ଓ ଲାଗିଲୁଗା ଧରି ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ଦଳ ଆଜି ନୟାଗଡ ଗସ୍ତ କରିଛନ୍ତି । ପରମ୍ପରା ମୁତବାକ ନୟାଗଡ ବଡମୂଳ ସ୍ଥିତ “ମା ବଡ ରାଉଳ ଠାକୁରାଣୀ”ଙ୍କ ଠାରେ ରଥକାଠ ପୂଜା ଅନୁଷ୍ଠିତ ହୋଇଥାଏ ।
ମା ବଡ଼ରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା ପରେ ରଥକାଠ ଅମୀନ ଗଛ ଟିହ୍ନଟ କରିଥାନ୍ତି । ରଥକାଠ ସଂଗ୍ରହ ଆରମ୍ଭ ହେବା ପରେ ଆଗାମୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀରେ ପହଂଚିଥାଏ । ସରସ୍ବତୀ ପୂଜା ଦିନ ରଥ ପାଇଁ ଓଟି 12 ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁକୂଳ ପୂଜା ହୋଇଥାଏ । ପରେ ଶ୍ରୀରାମ ନବମୀ ତିଥିରେ କଟକ ଖପୁରିଆ ସ୍ଥିତ କରତକଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ । ସାଧାରଣତଃ ଧଉରା,
ଅସନ, ସିମିଳି, ଫାସି ପ୍ରଜାତିର କାଠ ରଥ ନିର୍ମାଣରେ ଉପଯୋଗ |