
ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଢପାଳ ଛକ ରାସ୍ତା କଡ ଜମି ରୁ ଡିସେମ୍ବର 2 ତାରିଖରେ ଯୁବତୀର ମୃତଦେହ ଉଦ୍ଧାର କରିଥିଲା ପୋଲିସ।ସେହି ହତ୍ୟା ଘଟଣାରେ ଆଜି ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ମୃତ ଦେହ ଟି ସ୍ଥାନୀୟ ଅଂଚଳର ହୋଇନଥିବା କାରଣରୁ ପରିଚୟ ଜାଣିବା ପାଇଁ ପୋଲିସ କୁ ପ୍ରାୟ 40 ଦିନରୁ ଉର୍ଦ୍ଧ ସମୟ ଲାଗିଯାଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଭଞ୍ଜନଗର ଏସ ଡ଼ି ପି ଓ ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଗଠିତ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୃତଦେହ ନିକଟ ରୁ ମିଳିଥିଲା ଏକ ମୋବାଇଲ ନମ୍ବର ସେହି ନମ୍ବର ଟିକୁ ଟ୍ରାକିଂ କରି ପୋଲିସ ହତ୍ୟାକାରୀ ପାଖରେ ପହଂଚି ବା ପାଇଁ ଖୋଳତାଡ ଆରମ୍ଭ କରିଥିଲା।ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ 1000ରୁ ଅଧିକ ହୁଆଟ ସପ ନମ୍ବର କୁ ଯୁବତୀର ଫୋଟ କୁ ଛାଡିଥିଲା। ଭୁବନେଶ୍ୱର ର ଜଣେ ବ୍ୟକ୍ତି ମୃତ ଯୁବତୀଙ୍କୁ ଚିହ୍ନଟ କରିବା ପରେ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚିବା ପାଇଁ ସୁରାକ ମିଳିଥିଲା।
ସେହି ଯୁବତୀ ଜଣକ ବାଲେଶ୍ୱର ରୁ ଆସି ଭୁବନେଶ୍ୱର ଭାରତପୁର ଅଂଚଳର ଜଣେ ବ୍ୟବସାୟୀଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।କିନ୍ତୁ ସେଠାରେ ଅଧିକା ଘର କାମ କରିବାକୁ ବାଧ୍ୟ କରୁଥିଲେ ଘର ମାଲିକ।ଯୁବତୀ ଜଣକ କାମ କରିବା ପାଇଁ ଅରାଜି ପ୍ରକାଶ କଲେ ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି । ହଠାତ ନିର୍ଯ୍ୟତନା ଦେଉଥିବା ସମୟରେ ଝିଅଟିର ମୃତ୍ୟୁ ହୋଇଯାଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଏକ ଓଲା କାର ବ୍ୟବହାର କରି ଆଣି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୂଷଣ୍ଡପାଳ ଛକ ଠାରେ ଝିଅର ଶବକୁ ଫୋପାଡି ଚାଲିଯାଇଥିଲେ ।ମୃତ ଯୁବତୀର ପରିଚୟ ମିଳିବା ପରେ ତାର ବାପା ଙ୍କୁ ଡକାଇ ଶବର ଫୋଟ ଗୁଡିକୁ ଦେଖାଇବା ପରେ ଶବ ଚିହ୍ନଟ ହୋଇଥିଲା।ସେହି ଘଟଣାରେ ପୋଲିସ ତଦନ୍ତ କରି ଦମ୍ପତ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦମ୍ପତି ହେଲେ ମାନସ ରଞ୍ଜନ ପାଇକରାୟ,ସରୋଜିନୀ ସାହୁ।ସେମାନଙ୍କ ଠାରୁ ଛଅ ଟି ମୋବାଇଲ ,ଓଲା କାର କୁ ଜବତ କରିଛି ପୋଲିସ।
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ