-
ପଇସା ରେ ଶାନ୍ତି ନାହିଁ ଗୋସେବା କଲେ ଶାନ୍ତି ମିଳିବ-ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବ୍ରହ୍ମଗିରି ରୋଡ଼ ଆଳିପଡ଼ା ଗ୍ରାମ ଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଆରମ୍ଭ ହୋଇଥିବା ନବ ଦିନାତ୍ମକ ରାଷ୍ଟ୍ରିୟ ରାମାୟଣ ମହୋତ୍ସବ ର ଆଜି ତୃତୀୟ ଦିବସ |ଏହି ଅବସରରେ ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା ମିଳିତ ଭାବେ ବାଳ (ବାଲ୍ୟ) କାଣ୍ଡ ପାଠ କରିବା ସହିତ ବିଷୟ ବସ୍ତୁ କୁ ବୁଝାଇଥିଲେ |ତୃତୀୟ ଦିବସ ଅବସରରେ ବିଷୟ ବସ୍ତୁ ଥିଲା –
-ଦଶରଥ ଜୀ ଙ୍କ ପାଖକୁ ଜନକ ଙ୍କ ଦୂତ ପଠାଇବା,
-ଅଯୋଧ୍ୟା ରୁ ବରଯାତ୍ରୀ ଙ୍କ ପ୍ରସ୍ଥାନ,
-ବରଯାତ୍ରୀ ଙ୍କ ଜନକପୁରୀ ଆସିବା ଓ ସେମାନଙ୍କ ସ୍ୱାଗତ,
– ସୀତାରାମ ଙ୍କ ବିବାହ ଓ ବିଦାଇ,
-ବରଯାତ୍ରୀ ଙ୍କ ଅଯୋଧ୍ୟା ଫେରିବା ଓ ଅଯୋଧ୍ୟା ରେ ଆନନ୍ଦ ଉତ୍ସବ ଇତ୍ୟାଦି….
ଏହି ମହୋତ୍ସବରେ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ବିଜେପିର ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ଜଗଦେବ| ସେ କହିଥିଲେ ଗୋମାତା, ଗୀତା ଓ ଗାୟତ୍ରୀ ଏହି ତିନିଙ୍କୁ ସାଧନା କଲେ ଜୀବନ ର ପୂର୍ଣ୍ଣତା ମିଳିବ |ଗୋମାତା ଙ୍କୁ ସେବାକଲେ ଵା ପାଳନ କଲେ ବିଭିନ୍ନ ରୋଗ ଦୂରୀଭୂତ ହେବ |
ବିଜେପି ରାଜ୍ୟନେତ୍ରୀ ରଞ୍ଜିତା ପାଢ଼ୀ ମଧ୍ୟ ମଞ୍ଚାସିନ ଥିଲେ |ମଞ୍ଚରେ ସଂମ୍ମାନିତ ହୋଇଥିଲେ କୋରାପୁଟ ଜିଲ୍ଲାର ବିଶିଷ୍ଟ ଡାକ୍ତର ରତିକାନ୍ତ ଖଟୁଆ ଓ ଇଞ୍ଜିନୟର ସୁଜାତା ସୁବୁଦ୍ଧି |
ମୁଖ୍ୟ ଅତିଥି ଭାବେ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ ଧର୍ମ ରକ୍ଷା ପାଇଁ ଗୋସେବା ଜରୁରୀ |ବିଶ୍ୱରେ ଭାରତୀୟ ଗୋମାତା ମାନଙ୍କ ଚାହିଦା ବର୍ତ୍ତମାନ ବଢ଼ିବାରେ ଲାଗିଛି |ଯେଉଁଥିପାଇଁ ଆମେରିକା ର ଅଧିକାଂଶ ଭାରତରୁ ଦେଶୀ ଗୋମାତା ମାନଙ୍କୁ ନେଇ ଲାଳନ ପାଳନ କରୁଛନ୍ତି |ସମସ୍ୟା ହେଲେ କାହିଁକି ଭଗବାନ ଙ୍କୁ ଡାକିବା ସମସ୍ୟା ହେବା ପୂର୍ବରୁ ଯଦି ଗୋମାତା ଙ୍କୁ ସେବା କରିବା ତା ହେଲେ ସମସ୍ୟା ହେବନାହିଁ |ଗୋମୂତ୍ର ଓ ଗୋମୟ ନିତ୍ୟଦିନ ସେବନ କଲେ ସମସ୍ତ ରୋଗ ଦୂରୀଭୂତ ହେବ |ଗୋପାଳନ କଲେ ପରିବେଶ ସୁସ୍ଥ ରହିବ |ପରିବେଶ ସୁସ୍ଥ ରହିଲେ ଆମ ସମସ୍ତ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ |ତେଣୁ ଗୋବର ଲିପନ ଘରେ କରିବା ଉଚିତ |
ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ତଥା ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ମଧୁସୂଦନ ସିଂହାରୀ, ବାଙ୍ଗାଲୋର ର ନାରାୟଣ ମହାଦେବାନ ଜୀ, ,ଆନ୍ଧ୍ରପ୍ରଦେଶ ର ବ୍ରହ୍ମଋଷି ଶ୍ରୀ ଅଗ୍ନି,ଗୋଶାଳା ମହନ୍ତ କୃଷ୍ଣ ଚନ୍ଦ୍ର ଦାସଜୀ ମହାରାଜ ପ୍ରମୁଖ ମଞ୍ଚାସିନ ଥିଲେ | ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ଉତ୍ସବ ପରିଚାଳନା କରିଥିଲେ |ଏହି ଉତ୍ସବରେ ଟ୍ରଷ୍ଟର ସଦସ୍ୟା ଲଷ୍ମୀପ୍ରିୟା ପଣ୍ଡା ଓ ସଦସ୍ୟ କାର୍ତ୍ତିକ ପଣ୍ଡା,ଗଣେଶ୍ୱର ପଣ୍ଡା,ଦିଲ୍ଲୀପ ମହାନ୍ତି ପିତାମ୍ବର ପଣ୍ଡା, ହରପ୍ରସାଦ ମହାପାତ୍ର,ପ୍ରକାଶ ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ |