ଆଞ୍ଚଳିକ କଳା ଓ ସଂସ୍କୃତିର ପର୍ବ ବାଲିପଦର ମହୋତ୍ସବ ଗତ ୨୦୧୮ ରୁ ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ପ୍ରଶାସନିକ କୋଭିଡ୍ ଗାଇଡ୍ ଲାଇନ୍ କୁ ସମ୍ମାନ ଜଣାଇ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । କିନ୍ତୁ ଉକ୍ତ ଦିନଗୁଡିକୁ ମନେ ପକାଇ ବୁଗୁଡା ବ୍ଲକ ଅନ୍ତର୍ଗତ ମା’ ଶାଙ୍କୁଳାଇ ପୀଠରେ ମହୋତ୍ସବ କମିଟି ପକ୍ଷରୁ ଅନ୍ତିମ ଦିବସରେ ସ୍ମୃତି ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଅଛି । ମହୋତ୍ସବ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି ସଭାକୁ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ଘାଟନ କରିଥିବା ବେଳେ ବାଲିପଦର ପୋଲିସ୍ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ, ବ୍ୟାଙ୍କ ମ୍ୟାନେଜର ରଶ୍ମିତା ସାହୁ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତିସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, କବି ଅନନ୍ତ କର, କେ.ମନୋଜ ଆଚାରୀ ଓ କୈଳାସ ପ୍ରଧାନ ମଞ୍ଚାସୀନ ଅତିଥିଭାବେ ଯୋଗଦେଇଥିଲେ । ମହୋତ୍ସବ କମିଟିର କୋର୍ଡିନେଟର୍ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଇ ଅବସରରେ ମହୋତ୍ସବର ସ୍ମରଣିକା “କୃଷ୍ଣସାର” କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ସାହୁ ଉନ୍ମୋଚିତ କରି ଯୁବ ସମାଜକୁ ଉତ୍ସାହିତ କରିଥିଲେ । ବାଲିପଦର ମହୋତ୍ସବ କମିଟି, ଉନ୍ନୟନ ପରିଷଦ, ବଣିକ ସଂଘ ଓ ଘୁମୁସର ର ସ୍ୱର ପ୍ରଭୃତି ଅନୁଷ୍ଠାନ ଯୁବ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କୁ ମାନପତ୍ର ସହ ସ୍ୱତନ୍ତ୍ରଭାବେ ସମ୍ମାନୀତ କରିଛନ୍ତି । ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଲାଭ କରିଥିବା ନ୍ୟୁଜ୍ ଟେନ୍ ଓଡିଆ ସାମ୍ବାଦିକ ରତ୍ନାକର ମହାରଣା, ଜି.ରାଜେଶ୍ୱର ପାତ୍ର, କେ.କୃଷ୍ଣମୂର୍ତ୍ତି ଆଚାରୀ, ନାରାୟଣ ସାମନ୍ତରା, କାହ୍ନୁ ଚରଣ ବାଡତ୍ୟା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର, ବୃନ୍ଦାବନ ମହାନ୍ତି, ଶିବବ୍ରତ ନାୟକ, ସୂର୍ଯ୍ୟ ପରିଡା ଓ ଜି.ସଞ୍ଜିବ ପାତ୍ର ପ୍ରମୁଖଙ୍କୁ ବାଲିପଦର ମହୋତ୍ସବ-୨୦୨୧ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ସେଠୀ, ରାଜେନ୍ଦ୍ର ପାଢୀ, ଭିକି ଜେନା ଓ ବିକ୍ରମ ଗୁରୁ ସମେତ ମହୋତ୍ସବ କମିଟିର ସମସ୍ତ ସଦସ୍ୟବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରି ଆଞ୍ଚଳିକ ଲୋକକଳା କୁ ବଞ୍ଚାଇବା ସକାଶେ ଆହ୍ୱାନ ଦେଇଥିଲେ ।
Related Stories
November 22, 2024