
ପୁରୀ– ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ୯୬ ଘଂଟା ପୂର୍ବର କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଆଣିବା ଅପରିହାର୍ଯ୍ୟ ନେଇ ପ୍ରଶାସନିକ କଟକଣା ଓ ଦର୍ଶନ ବ୍ୟବସ୍ଥା ନେଇ ଭକ୍ତଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନରୁ ଆରମ୍ଭ ହୋଇଛି । ଏହି ବୈଠକରେ ମୁଖ୍ୟତଃ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଅସନ୍ତୋଷ ବାବଦରେ ଆଲୋଚନା ଜାରୀ ରହିଛି ।
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେବି ସିଂହଙ୍କ ସମେତ ପରିଚାଳନା କମିଟିର ସେବାୟତ ପ୍ରତିନିଧି ଯୋଗ ଦେଇଛନ୍ତି । କୋଭିଡ଼୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡିଛି ।