ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ କେ.ଗାଁ ଥାନା ଅନ୍ତର୍ଗତ ବୋର୍ଡ଼ା ଠାରେ ରହୁଥିବା ରାଜେଶ କୁମାର ଜୈନଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଡ଼କାୟତି ହୋଇଛି । ଡ଼କାୟତ ମାନେ ଘର ପଛ ପଟ ଦେଇ ଘର ଭିତରକୁ ପଶିଥିଲେ । ତାଙ୍କ ପୁଅ ଅନିଲ କୁମାର ଜୈନ, ପତ୍ନୀ ଓ ଅନିଲର ମାମୁଁ ସନ୍ତୋଷଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ । ଘରର ଚାବି ନେଇ ନଗଦ ୯ ଲକ୍ଷ ୫୦ ହଜାର ଏବଂ ୧୫ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଗୋଟିଏ ଲାପଟପ ଓ ଗୋଟିଏ ମୋବାଇଲ୍ ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ବୋର୍ଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।