ଗତକାଲି ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି। ଏହି କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି ଭାବେ ସ୍ଥାନ ପାଇଛନ୍ତି ବାଲେଶ୍ୱରର ଜଣାଶୁଣା ଛାତ୍ରନେତ୍ରୀ ତଥା ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ନାଟ୍ୟ ସମ୍ପାଦିକା ଦେବଶ୍ରୀ ମହାନ୍ତି। ୨୦୧୬ ମସିହାରୁ ସେ ପ୍ରତ୍ୟକ୍ଷ ଛାତ୍ର ରାଜନୀତିରେ ଅଂଶ ଗ୍ରହଣ କରି ଆସୁଛନ୍ତି। ପ୍ରଥମେ ବିଜୁ ଛାତ୍ର ଜନତା ଦଳ ବାଲେଶ୍ୱର ଜିଲ୍ଲାର ଆଇଟି ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସମ୍ପାଦିକା ହୋଇଥିଲେ। ନିଜର କାର୍ଯ୍ୟଦକ୍ଷତା ଓ ନେତୃତ୍ୱ ନେବାର ପରାକାଷ୍ଠା ସେ ବିଭିନ୍ନ ନିର୍ବାଚନରେ ପ୍ରମାଣିତ କରି ଆସିଅଛନ୍ତି।
ଏହି ପଦବୀ ପାଇବା ପରେ ସେ ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ସଭାପତି ରବୀନ୍ଦ୍ର କୁମାର ଜେନା, ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ନାରୀନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଛାତ୍ରୀମାନଙ୍କୁ ସଂଗଠିତ କରିବା ଦିଗରେ ଦେବଶ୍ରୀ ଯତ୍ନବାନ ହେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।