
କେନ୍ଦୁଝର– କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆଗାଁ ମୁଣ୍ଡାସାହିର ଏକ ତିନି ବର୍ଷର ଶିଶୁପୁତ୍ରର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଗତକାଲି ସଂନ୍ଧ୍ୟାରେ ଶିଶୁ ପୁତ୍ରଟି ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲା । ଗତକାଲି ରାତିରେ ଘର ନିକଟ ପୋଖରୀରୁ ଶିଶୁପୁତ୍ରର ମୃତଦେହ ଠାବ ହୋଇଥିଲା । ମୃତଦେହ ଉଦ୍ଧାର କରି ରାତିପ୍ରାୟ ୧୦ଟା ବେଳକୁ ତେଲକୋଇ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଶିଶୁପୁତ୍ର ପ୍ରିନ୍ସ ମୁଣ୍ଡାକୁ ମୃତ ଘୋଷଣା କରିଥିଲେ ।