
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପୌରାଞ୍ଚଳ ପାଇଁ ଯୁବନେତା କୁଶାଲ ଚାଟାର୍ଜୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବରେ ମନୋନୀତ କରାଯାଇଛି। ବିଗତ ଦିନରେ ବାଲେଶ୍ୱର ଜିଲ୍ଲା ଛାତ୍ର ବିଜେଡିର ମହାସଚିବ ଦାୟିତ୍ୱ ତୁଲାଇ ସେ ସଂଗଠନକୁ ସୁଦୃଢ କରିପାରିଥିଲେ। ଏହି ନୂତନ ପଦବୀ ପାଇବା ପରେ ଆଗାମୀ ଦିନରେ ସେ ୱାର୍ଡ ସ୍ତରରେ ଦଳକୁ ଆହୁରି ସଶକ୍ତ କରିବା ସହ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରିବା ପାଇଁ ଶତ ପ୍ରତିଶତ ଉଦ୍ୟମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ତାଙ୍କ ପୌରାଞ୍ଚଳ ସଭାପତି ଭାବେ ଦାୟିତ୍ବ ଦିଆ ଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ ଦାସ, ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ବ୍ଲକ ସଭାପତି ସନତ ଦାସ, ପୂର୍ବତନ ଉପନଗରପାଳ ମନୋଜ ରାଉତଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ର ବିଜେଡିର ସମସ୍ତ କାର୍ଯ୍ୟକର୍ତା ତଥା ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।