
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବ୍ରହ୍ମଗିରି ରୋଡ଼ ଆଳିପଡ଼ା ଗ୍ରାମ ଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଆରମ୍ଭ ହୋଇଥିବା ନବ ଦିନାତ୍ମକ ରାଷ୍ଟ୍ରିୟ ରାମାୟଣ ମହୋତ୍ସବ ର ଆଜି ଦ୍ଵିତୀୟ ଦିବସ |ଏହି ଅବସରରେ ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା ମିଳିତ ଭାବେ ବାଳ (ବାଲ୍ୟ) କାଣ୍ଡ ପାଠ କରିବା ସହିତ ବିଷୟ ବସ୍ତୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଜନ୍ମ ବୁଝାଇଥିଲେ |
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ମାର୍ଗଦର୍ଶକ ତଥା ବରିଷ୍ଠ ଶ୍ରୀମନ୍ଦିର ସେବାୟତ ରଜତ କୁମାର ପ୍ରତିହାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଗୋମାତା ଙ୍କ ସେବାକଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ମିଳିବା ସହିତ ୩୩ କୋଟି ଦେବା ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ |
ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଡାକ୍ତର ବିକ୍ରମ କେଶରୀ ମିଶ୍ର,ବାଙ୍ଗାଲୋର ର ନାରାୟଣ ମହାଦେବାନ ଜୀ, ,ଆନ୍ଧ୍ରପ୍ରଦେଶ ର ବ୍ରହ୍ମଋଷି ଶ୍ରୀ ଅଗ୍ନି,ଗୋଶାଳା ମହନ୍ତ କୃଷ୍ଣ ଚନ୍ଦ୍ର ଦାସଜୀ ମହାରାଜ ପ୍ରମୁଖ ମଞ୍ଚାସିନ ଥିଲେ | ଏହି ଉତ୍ସବରେ ଟ୍ରଷ୍ଟର ସଦସ୍ୟା ଲଷ୍ମୀପ୍ରିୟା ପଣ୍ଡା ଓ ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, ସଦସ୍ୟ କାର୍ତ୍ତିକ ପଣ୍ଡା,ଗଣେଶ୍ୱର ପଣ୍ଡା,ପିତାମ୍ବର ପଣ୍ଡା, ହରପ୍ରସାଦ ମହାପାତ୍ର,ପ୍ରକାଶ ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ |