-
ଗୋମାତା ଙ୍କ ସେବା କଲେ ଶ୍ରୀରାମଙ୍କ କୃପା ମିଳିବ,
-
ଶ୍ରୀକ୍ଷେତ୍ର ପୁରୀକୁ ଆମିଷ ମୁକ୍ତ କରି ଅନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ କେନ୍ଦ୍ର କରାଯାଉ-ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ ଜୀ,
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବ୍ରହ୍ମଗିରି ରୋଡ଼ ଆଳିପଡ଼ା ଗ୍ରାମ ଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ନବ ଦିନାତ୍ମକ ରାଷ୍ଟ୍ରିୟ ରାମାୟଣ ମହୋତ୍ସବ ଉଦଘାଟିତ ହୋଇଛି |ଉତ୍କଳ ପୀଠାଧିଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ଅରୂପାନନନ୍ଦାଚାର୍ଯ୍ୟ ଜୀ ମହାରାଜ ମୁଖ୍ୟ ଅତିଥିରେ ଯୋଗଦେଇ ଉଦଘାଟନ କରି କହିଲେ ଗୋମାତା ଙ୍କ ସେବାକଲେ ପ୍ରଭୁ ଶ୍ରୀରାମ ଙ୍କ କୃପା ମିଳିବ |ଶ୍ରୀକ୍ଷେତ୍ର ପଞ୍ଚକୋଶୀ ପରିସୀମାରେ ଆମିଷ ଓ ମଦ ବନ୍ଦ ହେଵା ଦରକାର | ଏଥି ସହିତ ପୁରୀ ଧାମକୁ ଅନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ କେନ୍ଦ୍ର ରୂପେ ସରକାର ଘୋଷଣା କରିବା ପାଇଁ ପଦକ୍ଷେପ ନେବା ଦରକାର |ଶ୍ରୀମନ୍ଦିର ର ଚତୁର୍ଦ୍ଧାମୂର୍ତ୍ତି ବିଶ୍ୱର ବିଭିନ୍ନ ଦେଶର ନାଗରିକଙ୍କ ଚେହେରା ଭଳି ସମନ୍ୱୟ ରକ୍ଷା କରିଥାଏ |ସୁଭଦ୍ରା -ଚାଇନା ନାଗରିକ, ବଳଭଦ୍ର -ଇଉରୋପ, ଜଗନ୍ନାଥ -ଆଫ୍ରିକା, ସୁଦର୍ଶନ -ଭାରତ ନାଗରିକଙ୍କ ଚେହେରା ରଙ୍ଗ ଭଳି ଚାରି ଠାକୁରଙ୍କ ରଙ୍ଗରେ ସମଗ୍ର ବିଶ୍ୱର ମଣିଷ ରଙ୍ଗ ଭଳି ଆମ ଠାକୁର ବିଶ୍ୱ ଦେବତା |ତେଣୁ ଏହି ଶ୍ରୀକ୍ଷେତ୍ର ଧାମର ପବିତ୍ରତା ଆମିଷ ଓ ମଦ ବନ୍ଦ କଲେ ଆହୁରି ବଢ଼ିପାରିବ |ବୈଦିକ ମନ୍ତ୍ରରେ ସୂର୍ଯ୍ୟ, ଗୋମାତା ପୂଜା ବିଧାନ ବର୍ଣ୍ଣିତ ଅଛି |
ଯାହା ଶ୍ରୀମନ୍ଦିର ରେ ପ୍ରତ୍ୟେହ କରାଯାଏ |ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ତଥା ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ମଧୁସୂଦନ ସିଂହାରୀ, ସେବାୟତ ଲୋକନାଥ ଦାସ ମହାପାତ୍ର, ଯୁବ ସମାଜସେବୀ କ୍ରିଷ୍ଣା ପାତ୍ର, ତିରୁପତି ସେବକ ମାଧବନ ଜୀ, ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା,ଆନ୍ଧ୍ରପ୍ରଦେଶ ର ବ୍ରହ୍ମଋଷି ଶ୍ରୀ ଅଗ୍ନି,ଗୋଶାଳା ମହନ୍ତ କୃଷ୍ଣ ଚନ୍ଦ୍ର ଦାସଜୀ ମହାରାଜ, ଇଲା ରଣା ପ୍ରମୁଖ ମଞ୍ଚାସିନ ଥିଲେ |ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ଉତ୍ସବ ପରିଚାଳନା କରିଥିଲେ | ଏହି ଉତ୍ସବରେ ଟ୍ରଷ୍ଟର ସଦସ୍ୟା ଲଷ୍ମୀପ୍ରିୟା ପଣ୍ଡା ଓ ସଦସ୍ୟ କାର୍ତ୍ତିକ ପଣ୍ଡା,ଗଣେଶ୍ୱର ପଣ୍ଡା,ପିତାମ୍ବର ପଣ୍ଡା, ହରପ୍ରସାଦ ମହାପାତ୍ର,ପ୍ରକାଶ ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ରାକେଶ କୁମାର ହୋତା, କୈଳାଶ ଚନ୍ଦ୍ର ପଣ୍ଡା ସହଯୋଗ କରିଥିଲେ |