-
ପ୍ରଥମ ଥର ବ୍ଲକ ସ୍ତରରୁ ଶିଳ୍ପ ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି ଏଭଳି ଶିଳ୍ପ ପ୍ରୋତ୍ସାହନ ଯୋଜନା
-
2037 ମସିହା ପର୍ଯ୍ୟନ୍ତ ଏହି ଯୋଜନାରେ ଖର୍ଚ୍ଚ ହେବ 28,400 କୋଟି
ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପର ବିକାଶ ଲାଗି ଭାରତ ସରକାର କେନ୍ଦ୍ରୀୟ ଯୋଜନା ଭାବେ ଜମ୍ମୁ କଶ୍ମୀର ପାଇଁ ନୂଆ ଶିଳ୍ପ ବିକାଶ ଯୋଜନା (ଜେଆଣ୍ଡକେ ଆଇଡିଏସ୍ 2021) ପ୍ରସ୍ତୁତ କରିଛନ୍ତି । ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯାହାକି ସେହି ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମ, 2019 ଅନୁଯାୟୀ 31.10.2019ଠାରୁ କେନ୍ଦ୍ରଶାସିତ ପ୍ରଦେଶ ରୂପରେ ଜମ୍ମୁ ଓ କଶ୍ମୀରର ଐତିହାସିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ବିଚାର କରି ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପ ଓ ସେବା ଆଧାରିତ ବିକାଶ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ନୂତନ ନିବେଶ ଏବଂ ବର୍ତ୍ତମାନର ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଏବଂ ଦୀର୍ଘସ୍ଥାୟୀ ବିକାଶ ଉପରେ ଜୋର ଦିଆଯାଇଛି।
ଏହି ଯୋଜନା ଅଧୀନରେ ନିମ୍ନଲିଖିତ ପ୍ରୋତ୍ସାହନ ଉପଲବ୍ଧ ହେବ :
1. କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ ଲାଗି ଜୋନ୍-ଏ ପାଇଁ 30% ଓ ଜୋନ୍-ବି ପାଇଁ 50% ପୁଞ୍ଜି ନିବେଶ ପ୍ରୋତ୍ସାହନ ଉପଲବ୍ଧ ହେବ। 50କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ହେଉଥିବା ୟୁନିଟ୍ ଗୁଡିକ ଏହି ସୁବିଧା ପାଇବେ । ପ୍ରୋତ୍ସାହନ ରାଶିର ସୀମା ଜୋନ୍-ଏ ରେ ସର୍ବାଧିକ 5କୋଟି ଏବଂ ଜୋନ୍-ବି ରେ 7.5କୋଟି ଟଙ୍କା ରହିଛି ।
2. ପୁଞ୍ଜି ସୁଧ ରିହାତି : କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ 500 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସର୍ବାଧିକ 7ବର୍ଷ ଲାଗି ବାର୍ଷିକ 6 ପ୍ରତିଶତ ।
3. ଜିଏସ୍ଟିଁ ଆଧାରିତ ପ୍ରୋତ୍ସାହନ : କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ କ୍ଷେତ୍ରରେ ବାସ୍ତବ ନିବେଶର 300 ପ୍ରତିଶତ 10ବର୍ଷ ପର୍ଯ୍ୟନ୍ତ । ଗୋଟିଏ ଆର୍ଥିକ ବର୍ଷରେ ପ୍ରୋତ୍ସାହନ ରାଶିର ପରିମାଣ ମୋଟ୍ ଯୋଗ୍ୟ ପ୍ରୋତ୍ସାହନ ରାଶି ପରିମାଣର ଏକ ଦଶମାଂଶରୁ ଅଧିକ ହେବନାହିଁ ।
4. ଚଳନ୍ତି ପୁଞ୍ଜି ସୁଧ ପ୍ରୋତ୍ସାହନ : ସମସ୍ତ କାର୍ଯ୍ୟକ୍ଷମ ୟୁନିଟ୍ ପାଇଁ 5% ହାରରେ 5ବର୍ଷ ପାଇଁ । ପ୍ରୋତ୍ସାହନର ସର୍ବାଧିକ ସୀମା ଏକ କୋଟି ଟଙ୍କା ।
ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ :
1. ଏହି ଯୋଜନା ଉଭୟ କ୍ଷୁଦ୍ର ଏବଂ ବୃହତ ଶିଳ୍ପ ପାଇଁ ଅନୁକୂଳ ଭାବେ ପ୍ରସ୍ତୁତ ହୋଇଛି । କାରଖାନା ଓ ଯନ୍ତ୍ରପାତି ପାଇଁ 50କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ହେଉଥିବା ଛୋଟ ୟୁନିଟ୍ ଗୁଡିକୁ ପୁଞ୍ଜି ପ୍ରୋତ୍ସାହନ ବାବଦରେ 7.5କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ପୁଞ୍ଜି ସୁଧ ବାବଦରେ ସହାୟତା ଆକାରରେ ସର୍ବାଧିକ 7ବର୍ଷ ପାଇଁ 6% ମିଳିବ ।
2. ଏହି ଯୋଜନାରେ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ଲକ ସ୍ତରରୁ ଶିଳ୍ପ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ଥର ପାଇଁ ଭାରତ ସରକାର ଏଭଳି କୌଣସି ଶିଳ୍ପ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହାକି ସମଗ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ସନ୍ତୁଳିତ ଶିଳ୍ପ ଅଭିବୃଦ୍ଧି କରିପାରିବ ।
3. ବ୍ୟବସାୟିକ ସୁଗମତା ଆଧାରରେ ଯୋଜନାର ସରଳୀକରଣ ହୋଇଛି । ଜିଏସ୍ଟିି ସଂଯୁକ୍ତ ପ୍ରୋତ୍ସାହନ ବାବଦରେ ବଡ଼ ପ୍ରୋତ୍ସାହନ ମିଳିପାରିବ ଯାହା ପାରଦର୍ଶିତା ସହିତ ବୁଝାମଣା ନକରି ଚାପ ହ୍ରାସକୁ ନିଶ୍ଚିତ କରିବ ।
4. ଏହି ଯୋଜନା ପଞ୍ଜୀକରଣ ଏବଂ କାର୍ଯ୍ୟାନ୍ୱୟନରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଦ୍ଧାରଣ କରାଯାଇଛି। ଦାବି ଗୁଡିକୁ ମଞ୍ଜୁରି ପୂର୍ବରୁ ସ୍ୱାଧୀନ ଅଡିଟ ସଂସ୍ଥା ଦ୍ୱାରା ଏହାର ଉଚିତ ଯାଞ୍ଚ ଓ ସନ୍ତୁଳନ ବ୍ୟବସ୍ଥା କରାଯାଇଛି।
5. ଏହା ଜିଏସ୍ଟି ର ପରିଶୋଧ କିମ୍ବା ଫେରସ୍ତ ନୁହେଁ ବରଂ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀରର କ୍ଷତି ଭରଣା ଲାଗି ମୋଟ୍ ଜିଏସ୍ଟିଦର ଉପଯୋଗ ଶିଳ୍ପ ପ୍ରୋତ୍ସାହନର ଯୋଗ୍ୟତା ନିର୍ଦ୍ଧାରଣ କରିବାରେ ହୋଇଥାଏ।
6. ପୂର୍ବ ଯୋଜନାଗୁଡିକରେ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିଲା କିନ୍ତୁ ନୂଆ ଯୋଜନା ତୁଳନାରେ ସେଗୁଡ଼ିକରେ ସାମଗ୍ରିକ ଅର୍ଥ ଯୋଗାଣ କମ୍ ଥିଲା ।