![](https://indokalingtimes.com/wp-content/uploads/2020/09/corona.jpeg)
-
ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ 44 ଗୁଣ ଅଧିକ
![](https://indokalingtimes.com/wp-content/uploads/2020/09/corona-300x187.jpeg)
ଗତ 24 ଘଣ୍ଟା ମଧ୍ୟରେ 19,587 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଜାତୀୟ ଆରୋଗ୍ୟ ହାର 96.36%କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କ୍ରମେ ବୃଦ୍ଧି ପାଉଛି ଯାହାକି ବର୍ତ୍ତମାନ 97,88,776ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ତୁଳନାରେ 44 ଗୁଣ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 2,28,083 ରହିଛି। ଏହା ମୋଟ ପଜିଟିଭ ସଂଖ୍ୟାର ମାତ୍ର 2.19% ।ମୋଟ ସୁସ୍ଥଙ୍କ ମଧ୍ୟରୁ 51% ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କେରଳରେ ଅଛନ୍ତି ।ଜାତୀୟ ଆରୋଗ୍ୟ ହାର 96.36% ରହିଛି। ଅନୁରୂପ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହାରାହାରୀ ଆରୋଗ୍ୟଙ୍କ ସଂଖ୍ୟା 90%ରୁ ଅଧିକ ରହିଛି ।ଭାରତର କୋଭିଡ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଶଗୁଡ଼ିକରେ ମଧ୍ୟ ଭାରତ ତୁଳନାରେ କମ୍ ଲୋକ ସୁସ୍ଥ ହେଉଥିବା ପରିଲକ୍ଷିତ ହୋଇଛି ।
ନମୁନା ପରୀକ୍ଷା ଭିତ୍ତିଭୂମି ସମ୍ପ୍ରସାରଣ ସହିତ ଭାରତରେ ପଜିଟିଭ୍ ରୋଗୀ ଚିହ୍ନଟ ହେବା ହାର ମଧ୍ୟ ହ୍ରାସ ପାଇଚାଲିଛି । ଦୈନିକ ପଜିଟିଭ୍ ହାର ଏବେ 3%ରୁ କମ୍ ରହିଛି ।17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ସଂକ୍ରମିତ ଚିହ୍ନଟ ହେବା ହାର ଜାତୀୟ ହାରଠାରୁ ଅଧିକ ରହିଛି।ନୂଆ ସୁସ୍ଥଙ୍କ ମଧ୍ୟରୁ 79.08% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛନ୍ତି।
କେରଳରେ ଗୋଟିଏ ଦିନରେ ସର୍ବାଧିକ 5110 ଜଣ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ସୁସ୍ଥ 2570 ଜଣ ହୋଇଛନ୍ତି ।ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ 83.88% ଚିହ୍ନଟ ହୋଇଛନ୍ତି ।ଗତ 24 ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ 6394 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ମହାରାଷ୍ଟ୍ରରେ 4382 ଜଣ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ 1050 ଜଣ ଚିହ୍ନଟ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 222 ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଥିରୁ 67.57% ମୃତକ 6ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 66ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 25ଜଣ ଏବଂ ପଞ୍ଚିମବଙ୍ଗରେ 22 ଜଣଙ୍କ ମୃତ୍ୟୁ ହୋଇଛି ।