

ମିଳିଥିବା ସୂଚନା ଅନୁସାରେ କୋଭିଡ୍ ଗାଇଡଲାଇନ୍ସ ଅନୁସାରେ ଶୁକ୍ରବାର ଭୋର ୪ଟାରୁ ପହଡ଼ ଖୋଲାଯାଇ ବାବା ଧବଳେଶ୍ୱରଙ୍କ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି । ଆଜି ମନ୍ଦିର ପୂଜକଙ୍କ ପରିବାର ଲୋକେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶନିବାର ଓ ରବିବାର ଦିନ ମଶ୍ୱେର ପଂଚାୟତ ଏବଂ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ଦିଆ ଯାଇଛି ।
ସେହିପରି ଏଠାରେ ଗୋଟିଏ ଥରରେ ୫୦ ଜଣ ଭକ୍ତ ଦର୍ଶନ କରିପାରିବା ସହ ୬ ଫୁଟ୍ ଦୂରତା ରଖି ଭକ୍ତ ମାନେ ମନ୍ଦିର ପରିସରରେ ମହାଦେବଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରା ଯାଇଛି ।
ଅନୁରୂପ ଭାବେ ଦୀର୍ଘ ୯ ମାସ ପରେ କୋଭିଡ କଟକଣା ଭିତରେ ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ କଟକ ଚଣ୍ଡୀ ମନ୍ଦିର ମଧ୍ୟ ଖୋଲିଛି ।