ଭୁବନେଶ୍ୱର – ଲୋକସଭା ବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତିମାନଙ୍କ ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀ ଓମ୍ ବିର୍ଲା ଦେଶର ୭ଟି ବିଧାନସଭାର ବାଚସ୍ପତିମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ବିଧାନସଭାଗୁଡ଼ିକର କାର୍ଯ୍ୟ ପରି·ଳନାରେ ବ୍ୟବହାର ହେଉଥିବା କମ୍ପୁ୍ୟଟର ଓ ସୂଚନା ପ୍ରଯୁକ୍ତିର ମୂଲ୍ୟାୟନ କରିବେ ଓ ଏ ଦିଗରେ ଆଗାମୀ ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଦେବେ । ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସ୍ଥାନ ପାଇଛନ୍ତି । ଓଡ଼ିଶା ବ୍ୟତୀତ ଆସାମ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପୁଡ଼ୁଚେରୀ ବିଧାନସଭାର ବାଚସ୍ପତିମାନେ ମଧ୍ୟ ଏହାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
Related Stories
November 24, 2024
November 24, 2024