-
ଏତାଲାରେ ନାମ ଥିବା ସତ୍ୱେ ଆଇନ ମନ୍ତ୍ରୀଙ୍କୁ କାହିଁକି ଗିରଫ କରା ଯାଉ ନାହିଁ ବୋଲି କଲେ ପ୍ରଶ୍ନ
ଗୁରୁବାର ଦିନ ଶ୍ରୀମତୀ ପୁରନ୍ଦେଶ୍ୱରୀ କଟକ ଜିଲ୍ଲାର ମାହାଙ୍ଗା ନୃର୍ତାଙ୍ଗ ଠାରେ ଯାଇ ସମ୍ପର୍କରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ପଚାରି ବୁଝିଛନ୍ତି ।
ଏହା ପରେ ସେ ଏକ ସାମ୍ବାଦିକ ସମ୍ମିିଳନୀ ଜରିଆରେ କହିଛନ୍ତି ଯେ ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ ହତ୍ୟା କରାଯାଇଛି । ଏତଲାରେ ମନ୍ତ୍ରୀଙ୍କ ନାଁ ଥିଲେ ମଧ୍ୟ ଏବେ ଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଦୁର୍ନୀତି ମାମଲାରେ ମୁହଁ ଖୋଲିଥିବାରୁ ଜଣଙ୍କୁ ଏଭଳି ହତ୍ୟକରାଯାଇଥିଲା । ଯଦି ଏହି ଦିଗରେ ସରକାର ସର୍ତକ ନ ହେବେ ତେବେ ଆଗାମୀ ଦିନରେ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଡି ପୁରନ୍ଦେଶ୍ୱରୀ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି, ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର । ବର୍ଷକ ତଳେ ବିକାଶ ଜେନାଙ୍କୁ ବି ହତ୍ୟା କରାଯାଇଥିଲା । ଆଉ ପୁଣି ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା । ପିଏମ୍ ଆବାସ ଯୋଜନା ଦୁର୍ନୀତି ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।